ଭଦ୍ରକ ୧୫|୧: ଅଗ୍ନିକାଣ୍ଡରେ ୪୫ବଖରାରୁ ଅଧିକ ଘର ଭସ୍ମୀଭୂତ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଗୁହାଳିହା ରାଉତସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ୨୩ ପରିବାରର ୪୫ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏହାସହ ୮ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୭ରୁ ଅଧିକ ବାଇକ୍ ଜଳିଯାଇଛି। ବିଳମ୍ବିତ ରାତିରେ ଗାଁର ଶରତ ରାଉତଙ୍କ ଘରୁ ନିଆଁ ଲାଗିଥିଲା । ଏହା ପରେ ଧୀରେ ଧୀରେ ଗାଁ ସାରା ନିଆଁ ବ୍ୟାପି ଯାଇଥିଲା । ଲୋକେ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ । ପିନ୍ଧାଲୁଗା ଛଡା କୌଣସି ଜିନିଷ ଉଦ୍ଧାର ହୋଇପାରିନାହିଁ । ଘରେ ଥିବା ଅମଳ ଧାନ, ସୁନା ଗହଣା ଓ ଆସବାବପତ୍ର ସବୁ ଜଳିଯାଇଛି । ଭଣ୍ଡାରିପୋଖରୀ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଛି ।
ଏ ହେଉଛି କେଜ୍ରିୱାଲଙ୍କ ‘ଚମକୁଥିବା’ ଦିଲ୍ଲୀ...ଭିଡିଓ...