ପ୍ରଶ୍ନ କାଳ ପରେ ଧୋଇଗଲା ଶୁନ୍ୟକାଳ; ଗୃହକୁ ଦିନ ୩ଟା ଯାଇଁ ମୁଲତବୀ କଲେ ବାଚସ୍ପତି

Published By : Prameya-News7 Bureau | September 19, 2018 IST

ଭୁବନେଶ୍ୱର ୧୯/୯ : ଆଜି ଓଡିଶା ବିଧାନସଭାର ନବମ ଦିନ | ନବମ ଦିନରେ ମଧ୍ୟ ଚାଲିପାରିଲାନି ଗୃହ | ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା | ବିଭିନ୍ନ ପ୍ରସଙ୍ଗ ନେଇ ଗୃହରେ ହୋହାଲ୍ଲା ଓ ନାରାବାଜି କରିଥିଲେ କଂଗ୍ରେସ ଓ ବିଜେପି ବିଧାୟକ | ଶୂନ୍ୟକାଳ ଆରମ୍ଭରୁ ପୁଣି ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା | ବିଜେପି ସଦସ୍ୟ ବିଜୁ ବାହିନୀ ଗଠନ ଅନିୟମତିତା ପ୍ରସଙ୍ଗ ଉଠାଇଥିଲେ | ଆଇନ ଶୃଂଖଳା ପରିସ୍ଥିତି ଉପରେ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା କରିଥିଲେ | ବାଚସ୍ପତିଙ୍କ ଟେବୁଲ ନିକଟରେ ନାରାବାଜି ଓ ହୋହାଲ୍ଲା କରିଥିଲେ | ଅଭିଜିତ ଆୟାରଙ୍କ ଓଡିଶା ଉପରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗ ଉପରେ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକମାନେ ନାରାବାଜି କରିଥିଲେ | ଆୟାରଙ୍କ ଗିରଫ ଦାବି କଲା ବିଜେଡି |ତେବେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.