ଧାନର ଅଭାବୀ ବିକ୍ରି ପ୍ରସଙ୍ଗରେ ଗୃହରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା, ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

Published By : Prameya-News7 Bureau | November 21, 2019 IST

ଭୁବନେଶ୍ବର ୨୧।୧୧: ବିଧାନସଭା ଶୀତ ଅଧିବେଶନର ଆଜି ଅଷ୍ଟମ ଦିନ । ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ । ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ହୋ ହଲ୍ଲା କରିଥିଲେ । ଧାନର ଅଭାବୀ ବିକ୍ରି ପ୍ରସଙ୍ଗ ଉଠାଇ ଗୃହରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ ।

{"id":187063,"sizeSlug":"large"}

ସରକାର ଟୋକନ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର ଦାବି କରି କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ବାତିଲ କରି ଏ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ଦାବି କରିଥିଲେ । କଂଗ୍ରସ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିବା ସହ ବାଚସ୍ପତି ଏନେଇ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ । ଫଳରେ ବାଚସ୍ପତି ଗୃହକାର୍ଯ୍ୟକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ।

{"id":187444,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୂର୍ବରୁ ଧାନକିଣା ପାଇଁ ଟୋକନ୍ ବ୍ୟବସ୍ଥାକୁ ପଶ୍ଚିମ ଓଡିଶାର ଚାଷୀ ବିରୋଧ କରିଥିଲେ । ପଶ୍ଚିମ ଓଡିଶାର ୪ ବିଧାୟକଙ୍କ ବାସଭବନ ଘେରିଥିଲେ ଚାଷୀ । ଧାନ ବିକ୍ରି ପାଇଁ ସରକାର କରିଥିବା ଟୋକନ୍ ବ୍ୟବସ୍ଥା ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି ପଶ୍ଚିମ ଓଡିଶାର ଶହ ଶହ ଚାଷୀ । ଗତକାଲି ବରଗଡ ଜିଲ୍ଲା ଅତାବିରା ବନ୍ଦ ଡାକରା ଦେଇଥିଲେ ଚାଷୀ ।

{"id":187445,"sizeSlug":"large"}

ମାତ୍ର ଟୋକନ ବ୍ୟବସ୍ଥା ପ୍ରତ୍ୟାହର ହେବନି, ଏହା ଅଛି ଓ ରହିବ ବୋଲି ଗତକାଲି ଗୃହରେ ସୂଚନା ଦେଇଥିଲେ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମନ୍ତ୍ରୀ କହିଥିଲେ ଯେ, ଏହା ସ୍ଵଚ୍ଛ, ନିର୍ମଳ ଓ ନୂଆ ପଦ୍ଧତି । ଚାଷୀଙ୍କୁ ଅନୁରୋଧ ଏହିକୁ ସମସ୍ତେ ଆପଣାନ୍ତୁ । ଏହାଦ୍ବାରା ଉଚିତ୍ ମୂଲ୍ୟ ଓ ଅଧିକାର ପାଇବେ ଚାଷୀ । ଯଦି ଏହାକୁ ଆହୁରି ଭଲ କରିବା ପାଇଁ କିଛି ନୂଆ ମତାମତ ଚାଷୀ ଦେବେ ତେବେ ତାକୁ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.