ବିଧାନସଭା ଶୀତ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବୁଧବାର ଯାଏଁ ଗୃହ ମୁଲତବୀ

Published By : Prameya-News7 Bureau | November 21, 2023 IST

ଭୁବନେଶ୍ୱର ୨୧/୧୧: ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବୀ । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପରେ ଗୃହରେ ଆଜି ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିବା ବେଳେ ଏହାକୁ ବିରୋଧୀ ସମର୍ଥନ ଜଣାଇଥିଲେ ।

ଉଭୟ କୋଶଳୀ ଓ ଓଡ଼ିଆ ଭାଷାରେ ବିବୃତି ରଖି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶୋକପ୍ରସ୍ତାବକୁ ବିରୋଧୀ ଦଳ ସମର୍ଥନ ଜଣାଇବା ଦିବଙ୍ଗତ ନେତାଙ୍କ ପାଇଁ ଗୃହରେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ ଗୃହର ସମସ୍ତ ସଦସ୍ୟ ।

ସୂଚନାଥାଉକି, ଡିସେମ୍ବର ୩୦ ଯାଏଁ ଚାଲିବ ବିଧାନସଭାର ଶୀତ ଅଧିବେଶନ । ଏହି ଶୀତ ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି । ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭାର ନୂଆ ଉପ-ବାଚସ୍ପତି ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ସାଲୁଗା ଉପ-ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

you can also read...

wp:embed {"url":"https://www.prameyanews7.com/saluga-pradhan-the-new-deputy-speaker-of-the-assembly/","type":"wp-embed","providerNameSlug":"prameya-news-7"}
https://www.prameyanews7.com/saluga-pradhan-the-new-deputy-speaker-of-the-assembly/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.