scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ, ୧୧.୩୦ ଯାଏଁ ଗୃହ ମୁଲତବୀ

25/09/2023 at 10:45 AM

ଭୁବନେଶ୍ୱର ୨୫/୦୯: ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନ । ତେବେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ସାଢେ ୧୧ ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

ସୂଚନାଥାଉକି, ଅଧିବେଶନରେ ଆଜି ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ସଂସଦୀୟ ବ୍ୟାପାର ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଆଲୋଚନା କାର୍ଯ୍ୟକ୍ରମ ଥିଲା । ତେବେ ପ୍ରଶ୍ନକାଳରେ ପ୍ରବଳ ହଙ୍ଗାମା କରିଥିଲେ ବିରୋଧୀ । ଏମିତିକି ବାଚସ୍ପତିଙ୍କ ପୋଡିୟମ ତଳେ ବସି ନାରାବାଜି କରିଥିଲେ ବିରୋଧୀ । ଫଳରେ ଗୃହରେ ପରିସ୍ଥିତି ଏମିତି ହୋଇଥିଲା ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ । ୧୧.୩୦ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।

ଏହାପରେ ବିଧାନସଭା ସରଗରମ ହେବ । ଖୁବ କମ୍ ସମୟ ବିଧାନସଭା ବସୁଥିବା ବେଳେ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବେ । ସରକାରଙ୍କୁ ଘେରିବାକୁ ରାଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ଆଇନ ଶୃଖଳା, ଦୁର୍ନୀତି,ଧାନର ଅଭାବୀ ବିକ୍ରି, ସ୍ୱାସ୍ଥ୍ୟ, ଶିକ୍ଷା କୁ ନେଇ ସରକାରଙ୍କୁ ଘେରିବେ.

you can also read….

   Related Posts