ଚାଷୀ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ, ବିଧାନସଭା ମୁଲତବୀ

Published By : Prameya-News7 Bureau | December 02, 2022 IST

ଭୁବନେଶ୍ୱର ୦୨/୧୨: ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ହୋହଲ୍ଲା ଓ ହଙ୍ଗାମା । ପ୍ରଶ୍ନକାଳ ଚାଲିଥିବା ସମୟରେ ଚାଷୀ ପ୍ରସଙ୍ଗ ଘେରିଥିଲେ ବିରୋଧୀ । ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗରେ ଆସି ନାରାବାଜି କରିଥିଲେ ବିଜେପି ସଦସ୍ୟ । ଏପରିକି ବାଚସ୍ପତିଙ୍କ ପୋଡିୟମ ଆଗରେ ଆସି ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ସେପଟେ ବିଜେପି ସଦସ୍ୟଙ୍କୁ ବୁଝାଇଥିଲେ ପଞ୍ଚାୟତରାଜ ମନ୍ତ୍ରୀ ଓ ଶାସକ ଦଳ ମୁଖ୍ୟ ସଦସ । ତଥାପି ବୁଝିନଥିଲେନି ବିଜେପି ସଦସ୍ୟ । ବାଚସ୍ପତିଙ୍କ ପୋଡିୟମ ଆଗରେ ଧାରଣାରେ ବସି ରହିଥିଲେ । ନାରାବାଜି ସହ ହୋ ହାଲ୍ଲା ଭିତରେ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ । ଫଳରେ ସ୍ଥିତି ଏମିତି ହୋଇଥିଲା ଯେ, ଗୃହକାର୍ଯ୍ୟ ସାଢେ ୧୧ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.