ହୋହଲ୍ଲା ହଟ୍ଟଗୋଳରେ ଗୃହ ଅଚଳ, ସର୍ବଦଳୀୟ ବୈଠକ ପରେ ବି ହୋଇପାରୁନି ସ୍ୱାଭାବିକ

Published By : Prameya-News7 Bureau | November 22, 2023 IST

ଭୁବନେଶ୍ୱର ୨୨/୧୧: ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ । ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିରୋଧୀଙ୍କ ଗୃହରେ ହଙ୍ଗାମା ଯୋଗୁଁ ୨ ଥର ମୁଲତବୀ କରି ସାରିଲେଣି ବାଚସ୍ପତି । ତେବେ ଗୃହକାର୍ଯ୍ୟକୁ ସୁରୁଖୁରରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରେ । ଦୁଇ ଦୁଇ ଥର ଗୃହ ମୁଲତବୀ କଲେଣି ବାଚସ୍ପତି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ସୂଚନା ଥାଉକି, ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡ଼ିୟମ ତଳେ କଂଗ୍ରେସ ଓ ବିଜେପି ବିଧାୟକ ମାନେ ପ୍ରତିବାଦ କରିଥିଲେ ।

ଆଦିବାସୀଙ୍କ ଜମି ହଡ଼ପ ଯୋଜନା କରିଥିବା କହି ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ପେସା ଆଇନ ଲାଗୁ କରିବା ପାଇଁ ବିରୋଧୀ ଦାବି କରିଥିଲେ । ହଟଗୋଳ ଯୋଗୁଁ ପ୍ରଥମେ ଦିନ ୧୨ ଯାଏଁ ଗୃହ ମୁଲତବୀ କରାଯାଇଥିଲା । ପରେ ପୁଣିଥରେ ଗୃହରେ ସମାନ ସ୍ଥିତି ଦେଖିବା ପରେ ଗୃହକୁ ଆଉ ୪୫ ମିନିଟ୍ ପାଇଁ ମୁଲତବି କରିଥିଲେ ବାଚସ୍ପତି । ଏବେ ପୁଣିଥରେ ୪ ଟା ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.