Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ଆଗାମୀ ୫-୬ ମାସରେ ଜେଲ୍‌ ଯିବେ ହଜାର ହଜାର ସ୍ଵାମୀ, ଏମିତି କାହିଁକି କହିଲେ ଆସାମ ମୁଖ୍ୟମନ୍ତ୍ରୀ ?

28/01/2023 at 7:19 PM

ଗୌହାଟୀ: ଆସାମ ସରକାର ବାଲ୍ୟ ବିବାହ ବିରୋଧରେ ବଡ ସ୍ତରରେ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି  କରୁଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା କହିଛନ୍ତି, ନାବାଳକଙ୍କୁ ବିବାହ କରିଥିବା ହଜାର ସଂଖ୍ୟକ ସ୍ଵାମୀଙ୍କୁ ଆଗାମୀ ପାଞ୍ଚରୁ ଛଅ ମାସରେ ଗିରଫ କରାଯିବ। ତାଙ୍କ ସରକାର ବାଲ୍ୟ ବିବାହ ବିରୋଧୀ ଅଟନ୍ତି। ରାଜ୍ୟର ବିଜେପି ସରକାର ୧୪ ବର୍ଷରୁ କମ ବୟସର ନାବାଳିକାଙ୍କୁ ବିବାହ କରିଥିବା ପୁରୁଷଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଆଧାରରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି। ଯଦି କୌଣସି ପୁରୁଷ ଏମିତି ବିବାହ କରିବେ ତେବେ ସେମାନଙ୍କୁ ପୋକ୍ସୋ ଆକ୍ଟ ଆଧାରରେ ଜେଲ୍ ଯିବାକୁ ପଡିବ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଶନିବାର ପୁଣି ଥରେ ଦୋହରାଇଛନ୍ତି ଯେ, ସରକାର ଅଳ୍ପ ବୟସରେ ବିବାହ ଏବଂ ଶିଶୁ ଜନ୍ମକୁ ରୋକିବା ପାଇଁ ପ୍ରତିବଦ୍ଧ। ୧୮ ବର୍ଷରୁ କମ ବୟସର ନାବାଳିକାଙ୍କୁ ବିବାହ କରୁଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ଆଗାମୀ ସମୟରେ ଏମିତି ବ୍ୟକ୍ତିଙ୍କୁ ଜେଲ୍ ହାଓ୍ଵା ଖାଇବାକୁ ପଡିପାରେ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା କହିଛନ୍ତି, ଆମ ସରକାର ବହୁତ କମ ବୟସରେ ମା ହେବା ବିରୋଧରେ ରହିଛୁ। ମାତ୍ର ମହିଳାଙ୍କୁ ମାତୃତ୍ଵ ପାଇଁ ଅଧିକ ସମୟ ଅପେକ୍ଷା କରିବା ଉଚିତ୍ ନୁହେଁ। ଈଶ୍ଵର ଶରୀରକୁ ଏମିତି ଗଠନ କରିଛନ୍ତି, ଯାହା ସମସ୍ତ ପାଇଁ ଉଚିତ୍ ବୟସ ରହିଛି।

ଏ ଖବର ପଢନ୍ତୁ- ‘ଥରୁରଙ୍କୁ ଭୋଟ୍ ଦେଇଥିବା କଂଗ୍ରେସ ନେତା ଶୀଘ୍ର ବିଜେପିରେ ଯୋଗଦେବେ’: ହିମନ୍ତ ବିଶ୍ବଶର୍ମା

କାହିଁକି ହଙ୍ଗାମା ?

ଆସାମ ମନ୍ତ୍ରିମଣ୍ଡଳ ସୋମବାର ନିଷ୍ପତ୍ତି ନେଇଛନ୍ତି, ଯେଉଁ ପୁରୁଷ ୧୪ ବର୍ଷରୁ କମ ବୟସର ବାଳିକାକୁ ବିବାହ କରିବେ, ତାଙ୍କ ବିରୋଧରେ ପୋକ୍ସୋ ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।  ଆସାମ ସରକାରଙ୍କ ଏହି ନିଷ୍ପତ୍ତିର ବ୍ୟାପକ ପ୍ରଭାବ ବଙ୍ଗାଳି ସମୁଦାୟର ମୁସଲିମଙ୍କ ଉପରେ ଅଧିକ ପଡିବ। କାରଣ ମୁସଲିମ ଯୁବତୀଙ୍କ ପାଇଁ ବିବାହ  କମ ବୟସ ରଖାଯାଇଛି। ତେଣୁ ରାଜ୍ୟରେ ବିଜେପି ସରକାର ଉପରେ ମୁସଲିମ ବିରୋଧୀର ଅଭିଯୋଗ ଲାଗିଛି।

   Related Posts