ରାଜ୍ୟରେ ଉତ୍ତପ୍ତ ସହର ପାଲଟିଲା ସମ୍ୱଲପୁର, ୪୩ ଟପିଲା ପାରଦ
30/05/2023 at 5:20 PM

ଭୁବନେଶ୍ୱର ୩୦/୦୫: ସାରା ରାଜ୍ୟରେ ଅସହ୍ୟ ଖରା ଗରମ । ତାତିର ପ୍ରକୋପରେ ହନ୍ତସନ୍ତ ଲୋକେ । ଖରାର ପ୍ରକୋପ ଏମିତି ଯେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ସକାଳ ୯ଟା ବେଳକୁ ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ସତେ ଯେମିତି ଆକାଶରୁ ନିଆଁ ବର୍ଷା ।
ସକାଳ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୩୭ ଟପିଥିଲା । ହେଲେ ଦିନ ୨ଟା ପରେ ଅସହ୍ୟ ଖରା ଗରମ । ଖାସ୍ କରି ପଶ୍ଚିମରେ ବୋହୁଥିଲା ଅଧିକ ତତଲା ହାଓ୍ୱା । ଦିନ ୨ଟା ୩୦ସୁଦ୍ଧା ୪୩ ଡ଼ିଗ୍ରୀ ତାପମାତ୍ରା ସମ୍ୱଲପୁରର ତାପମାତ୍ରା ଅଧିକ ରହିଛି ।
ସେହିଭଳି ହୀରାକୁଦର ତାପମାତ୍ରା ୪୧.୮ ଡ଼ିଗ୍ରୀ, ଝାରସୁଗୁଡାର ତାପମାତ୍ରା ୪୧.୬ ଡ଼ିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୭.୮ ଡ଼ିଗ୍ରୀ, ଚାନ୍ଦବାଲିର ତାପମାତ୍ରା ୩୬.୮ ଡ଼ିଗ୍ରୀ, ବାଲେଶ୍ୱରର ୩୪.୨ ଡ଼ିଗ୍ରୀ, ପୁରୀର ତାପମାତ୍ରା ୩୩.୮ ଡ଼ିଗ୍ରୀ ଗୋପାଳପୁରର ତାପମାତ୍ରା ୩୩.୬ ଡ଼ିଗ୍ରୀ, ପାରାଦୀପର ତାପମାତ୍ରା ୩୩.୨ ଡ଼ିଗ୍ରୀ ଓ କେନ୍ଦୁଝରର ତାପମାତ୍ରା ୨୯ ଡ଼ିଗ୍ରୀ ରେକର୍ଡ ହୋଇଛି ।