କାଷ୍ଟିଂ କାଉଚର ଶିକାର ହୋଇଥିଲେ ଏହି ଅଭିନେତ୍ରୀ : ପ୍ରଡ୍ୟୁସର କହିଥିଲେ ‘ଟପ୍ ଖୋଲ’

Published By : Prameya-News7 Bureau | January 11, 2020 IST

ମୁମ୍ବାଇ ୧୧/୧: ହଟଷ୍ଟାରର ଚର୍ଚ୍ଚିତ ଓ୍ବେବ୍ ସିରିଜ ହଷ୍ଟେଜେଜରେ କାମ କରି ସାରିଥିବା ମଲ୍ହାର ରାଠୋର ନିଜ କ୍ୟାରିୟର ସହ ଜଡ଼ିତ ଏକ ଲୋମଟାଙ୍କୁରା କଥା ଶୁଣାଇଛନ୍ତି। ମଲ୍ହାର ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ କିଭଳି କ୍ୟାରିୟରର ଆରମ୍ଭରେ ତାଙ୍କୁ କାଷ୍ଟିଂ କାଉଚର ସମ୍ମୁଖୀନ ହେଉଥିଲା। ମଲ୍ହାର କିଶୋରୀ ବୟସର ଥିବାବେଳେ ଜଣେ ୬୫ବର୍ଷ ବୟସ୍କ ପ୍ରଡ୍ୟୁସର ତାଙ୍କ ଆଗରେ ଏକ ଖରାପ ପ୍ରସ୍ତାବ ରଖିଥିଲେ।

{"id":209881,"width":581,"height":349,"sizeSlug":"large"}

ପ୍ରଡ୍ୟୁସର ତାଙ୍କୁ କହିଥିଲେ ଯେ ,‘ ତାଙ୍କ ପାଇଁ ଏକ ଭୂମିକା ରହିଛି ଏବଂ ତାଙ୍କୁ ଟପ୍ ଖୋଲିବାକୁ କହିଥିଲେ। ସେ ବହୁତ ଡରି ଯାଇଥିଲେ ଏବଂ ବୁଝି ପାରିନଥିଲେ ଯେ କ’ଣ କରିବେ।

{"id":209882,"sizeSlug":"large"}

ଆଜି ମହ୍ଲାର ଛୋଟ ପରଦାର ଏକ ଜଣାଶୁଣା ଚେହେରା।

{"id":209883,"sizeSlug":"large"}

ମହ୍ଲାର ଅନେକ ଟିଭି ବିଜ୍ଞାପନରେ କାମ କରିଛନ୍ତି ଏବଂ ଭବିଷ୍ୟତରେ ତାଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି। ମହ୍ଲାରଙ୍କ ୫ଜଣିଆ ପରିବାରରେ ସେ ଘର ଖର୍ଚ୍ଚ ତୁଲାଇବାରେ ଅଧିକ ସାହାଯ୍ୟ କରୁଥିଲେ। ତାଙ୍କର ଦୁଇ ଜଣ ସାନ ଭଉଣୀ ମଧ୍ୟ ଅଛନ୍ତି।

{"id":209884,"sizeSlug":"large"}

ତାଙ୍କୁ ଯେତେବେଳେ ତାଙ୍କ ସ୍ବପ୍ନ ବିଷୟରେ ପଚରାଯାଇଥିଲା ସେ କହିଥିଲେ ଯେ ପ୍ରିତି ଜିଣ୍ଟା ଏବଂ ଦୀପିକା ପାଦୁକୋଣଙ୍କ ଭଳି ସିଲଭର ସ୍କ୍ରିନରେ କାମ କରିବାକୁ ଚାହଁନ୍ତି। ସେମାନେ ମଧ୍ୟ ବିଜ୍ଞାପନ ଜରିଆରେ କାମ ଆରମ୍ଭ କରିଥିଲେ।

{"id":209885,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.