ଝାରପଡା ଜେଲରେ ହୋଟେଲ୍ ସୋଲାନ ଇନ ମାଲିକଙ୍କ ମୃତ୍ୟୁ, ଠକେଇ ମାମଲାରେ ଗିରଫ ହୋଇଥିଲେ କମଳାକାନ୍ତ

Published By : Prameya-News7 Bureau | December 24, 2020 IST

ଭୁବନେଶ୍ୱର ୨୪।୧୨: ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ଯୁ । ମୃତକ ହେଲେ ହୋଟେଲ ସୋଲାନ ଇନ ମାଲିକ କମଳାକାନ୍ତ । ମୃତ୍ଯୁର କାରଣ ଅଷ୍ପଟ ରହିଛି । ୧୦ ଲଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ କମଳାକାନ୍ତ ।

ତାଙ୍କର ବେଲ୍ ହୋଇଯାଇଥିଲା । ଖୁବଶୀଘ୍ର ସେ ଜେଲ୍ରୁ ବାହାରିଥାନ୍ତେ । କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଛି । ଜେଲ୍ କର୍ମଚାରୀ କମଳାକାନ୍ତଙ୍କୁ ଗୁରୁତର ଅବସ୍ଥାରେ ଅଟୋରେ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । କ୍ୟାପିଟାଲ ହସ୍ପିଟାଲ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ତାଙ୍କ ରିପୋର୍ଟରେ ଉଲେଖ କରିଛନ୍ତି । କମଳାକାନ୍ତଙ୍କ ଶବ ବ୍ୟବଛେଦ କରାଯିବ, ପରେ  ତାଙ୍କ ମୃତଦେହକୁ ପରିବାର ଲୋକ ହସ୍ତାନ୍ତର କରାଯିବ । ସେପଟେ କମଳାକାନ୍ତକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣଛନ୍ତି । ଏନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ତାଙ୍କ ଝିଅ ଲକ୍ଷ୍ମୀ ସାଗର ଥାନାରେ ଏତଲା ଦେଇଛନ୍ତି।

{"id":381982,"sizeSlug":"large","linkDestination":"none"}

ଏତଲାରେ ଝିଅ ଅଭିଯୋଗ କରିଛନ୍ତି ଯେ,  ତାଙ୍କ ବାପାଙ୍କର ଏକାଧିକ ରୋଗ ରହିଥିଲା। ଲିଭର ଏବଂ କିଡନୀ ରୋଗରେ ପୀଡିତ ଥିଲେ। ତେଣୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲା ନାହିଁ।  ଜେଲରେ ତାଙ୍କ ରୋଗ ସମ୍ବନ୍ଧୀୟ ଔଷଧ ମାଗିଥିଲେ, କିନ୍ତୁ ଜେଲ୍‌ କର୍ତ୍ତୃପକ୍ଷ ଦେଇଥିଲେ । ଯାହାଫଳରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୁରା ବିଗିଡି ଯାଇଥିଲା ।

ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ବାପାଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ପୁଅ । ତାଙ୍କ ଓକିଲ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ତାଙ୍କ ଓକିଲ । ଆମ୍ବୁଲାନ୍ସ  ନଡକାଇ ତାଙ୍କୁ କାହିଁକି ଅଟୋରେ ନିଆଗଲା ବୋଲି ତାଙ୍କ ଓକିଲ ପ୍ରଶ୍ନ କରିଛନ୍ତି । ଏନେଇ ଅଦାଲତର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.