ହୋଟେଲ ସିଲ୍‌ କଲା ବିଏମ୍‌ସି, ସଟ୍‌ଡାଉନ୍‌ରେ ଚାଲିଥିଲେ ଜୁଆ ଖେଳ

Published By : Prameya-News7 Bureau | August 22, 2021 IST

ଭୁବନେଶ୍ୱର ୨୨।୦୮: ସିଲ ହେଲା ଜୁଆ ଖେଳ ହେଉଥିବା ପେଣ୍ଟାଗନ୍ ହୋଟେଲ । ରାଜଧାନୀର ଲକ୍ଷ୍ମୀସାଗରରେ ଥିବା ଏହି ହୋଟେଲକୁ ସିଲ କଲା ବିଏମସି ଏନ୍ଫୋର୍ସମେଣ୍ଟର ସେଣ୍ଟ୍ରାଲ ସ୍କୁର୍ଡ଼ ।  ସଟ୍‌ ଡାଉନରେ ହୋଟେଲ ଜୁଆ ଆଡ଼ା ଚାଲିଥିଲା । ଏଥିରେ କାର୍ଯ୍ୟାନୁଷ୍ଠାନ ନେଇ ହୋଟେଲକୁ ସିଲ କରିଛି ବିଏମସି ।

ଖବର ଅନୁଯାୟୀ, ଶନିବାର ରାତିରେ କୋଭିଡ କଟକଣା ଭାଙ୍ଗି ହୋଟେଲ ରୁମରେ ଚାଲିଥିଲା  ହାଇ ପ୍ରୋଫାଇଲ  ଜୁଆ ଖେଳ ।  ରାତି ୮ ଟା ସମୟରେ ୧୦ ଜଣ ଜୁଆଡି ଓ ୩ ଯୁବତୀକୁ ଗିରଫ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ  । ଗିରଫ ମଧ୍ୟରେ ଅଛନ୍ତି ବିଲଡର , ମଦ ବ୍ୟବସାୟୀ , ପ୍ରତିଷ୍ଠିତ ବ୍ୟକ୍ତି  । ସମସ୍ତ ଜୁଆ ଖେଳୁଥିବା ଅଭିଯୋଗରେ ଗିରଫ କରାଯାଇଛି । ସେଠାରୁ ୨ ଲକ୍ଷ ୫୩ ହଜାର ଟଙ୍କା ନଗଦ ଟଙ୍କା ସହ ଜୁଆରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.