ଭୁବନେଶ୍ବରରେ ଦାଣ୍ଡିଆ ନାଇଟ୍ ଆୟୋଜନ ପଡିଲା ମହଙ୍ଗା, ସିଲ୍ ହେଲା ହୋଟେଲ୍

Published By : Prameya-News7 Bureau | October 13, 2021 IST

ଭୁବନେଶ୍ବର ୧୩।୧୦: ପାର୍ବଣ ବେଳେ ଦାଣ୍ଡିଆ ନାଇଟ୍ ଆୟୋଜନ ପଡିଲା ମହଙ୍ଗା । ଭୁବନେଶ୍ବର ସ୍ଥିତ ନିକୋପାର୍କ ଛକରେ ଥିବା 9th ଷ୍ଟ୍ରିଟ୍ ହୋଟେଲ୍ । ବିଏମସି ପକ୍ଷରୁ ଏହି ହୋଟେଲକୁ ସିଲ୍ କରାଯାଇଛି ।

ଦାଣ୍ଡିଆ ମ୍ୟୁଜିକ୍ ଆୟୋଜନ ପାଇଁ ବିଏମସିଠାରୁ ଅନୁମତି ନିଆଯାଇନଥିଲା । ୧୩ ଏବଂ ୧୪ ତାରିଖ ଦୁଇ ଦିନ ଦାଣ୍ଡିଆ ନାଇଟ୍ ଆୟୋଜନ ନେଇ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରାଯାଇଥିଲା । ତେବେ ଏ ନେଇ ବିଏମସି ସୂଚନା ପାଇ ହୋଟେଲରେ ଚଢାଉ କରିଥିଲା ।  ହୋଟେଲକୁ ବିଏମସି ପକ୍ଷରୁ ସିଲ୍ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.