ହୋଟେଲ ଓ ରେସ୍ତୋରାଁର ମେନ୍ୟୁ କାର୍ଡକୁ ନେଇ ନୂଆ ନିୟମ ଜାରି କଲେ ସରକାର: ଖାଦ୍ୟର ନ୍ୟୁଟ୍ରିସନ୍ ଭେଲ୍ୟୁ ଲେଖିବା ଜରୁରୀ
15/12/2020 at 4:00 PM

ନୂଆଦିଲ୍ଲୀ ୧୫/୧୨ : ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ ଇଣ୍ଡିଆ (FSSAI) ଏକ ବଡ ପଦକ୍ଷେପ ନେଇଛି। ଅଥୋରିଟି ମେନ୍ୟୁ ଲେଭଲିଙ୍ଗର ନିୟମ ପ୍ରସ୍ତୁତ କରିଛି। ନୂଆ ନିୟମ ଅନୁସାରେ ରେସ୍ତୋରାଁର ମେନ୍ୟୁ କାର୍ଡରେ ବର୍ତ୍ତମାନ ଖାଦ୍ୟର ନ୍ୟୁଟ୍ରିସନ ଭେଲ୍ୟୁ ଲେଖିବା ଜରୁରୀ। ଏହାଦ୍ୱାରା ଆପଣ ଜାଣିପାରିବେ ଖାଦ୍ୟରେ କେତେ ମାତ୍ରାରେ କ୍ୟାଲୋରୀ ଅଛି। ମେନ୍ୟୁ ଲେଭଲିଙ୍ଗ କରିବା ସମୟରେ ପୋଷାକ ତତ୍ତ୍ୱର ମାତ୍ରା ମଧ୍ୟ ଲେଖିବାକୁ ପଡିବ। ଭାରତ ସରକାର ନୂଆ ଲେଭଲିଙ୍ଗ ଓ ଡ଼ିସପ୍ଲେ ରେଗୁଲେସନ ଜାରି କରିଛନ୍ତି। ୧୦ରୁ ଅଧିକ ଚେନ ବିଶିଷ୍ଟ ରେସ୍ତୋରାଁରେ ଏହି ନିୟମ ଲାଗୁ ହେବ। ଏଫଏସଏସଏଆଇ ବହୁ ଦିନରୁ ଲେଭଲିଙ୍ଗ୍ ରେଗୁଲସନ୍ ଠିକ୍ କରିବାକୁ ପ୍ରୟାସ କରୁଥିଲା। ବର୍ତ୍ତମାନ ଏହାକୁ ନୋଟିଫାଏ କରାଯାଇଛି।
ସୂଚନାଯୋଗ୍ୟ ଯେ, ଏଫଏସଏସଏଆଇର ନୂଆ ନିୟମ ୧୦ରୁ ଅଧିକ ବ୍ରାଞ୍ଚ ବିଶିଷ୍ଟ ରେସ୍ତୋରାଁ ଉପରେ ଲାଗୁ ହେବ। ସେଣ୍ଟ୍ରାଲ ଲାଇସେନ୍ସ ନେଇ କିମ୍ବା ୧୦ରୁ ଅଧିକ ଜାଗାରେ ରେସ୍ତୋରାଁ ଚଳାଉଥିବା କମ୍ପାନୀ ପାଇଁ ଏହା ଜରୁରୀ ଯେ ସେମାନେ ନିଜର ମେନ୍ୟୁ କାର୍ଡରେ କ୍ୟାଲୋରୀ ସମ୍ବନ୍ଧୀୟ ସୂଚନା ଦେବେ। ତାଛଡା ମେନ୍ୟୁ କାର୍ଡରେ ଲେଖିବାକୁ ହେବ ଯେ କେତେ ମାତ୍ରାରେ କ୍ୟାଲୋରୀ କାହା ପାଇଁ ପର୍ଯ୍ୟାପ୍ତ।

ଭାରତ ସରକାରଙ୍କ ଏହି ନୋଟିଫିକେସନ ହିସାବରେ ମେନ୍ୟୁ କାର୍ଡ, ଡ଼ିସପ୍ଲେ ବୋର୍ଡ କିମ୍ବା ବୁକଲେଟରେ ଖାଦ୍ୟ ଆଇଟମ ସହ ତାର ନ୍ୟୁଟ୍ରିସନ ଭେଲ୍ୟୁ ସମ୍ବନ୍ଧରେ ସୂଚନା ଦେବା ଜରୁରୀ। ପିଜ୍ଜା, ବର୍ଗର ବିକ୍ରି କରୁଥିବା ଫୁଡ୍ ଚେନ ଭଳି ପିଜ୍ଜା ହଟ୍, ଡୋମିନାଜ୍, ମ୍ୟାକଡୋନାଲ୍ଡ ଆଦିଙ୍କୁ ମଧ୍ୟ ନିଜର ଫୁଡ୍ ଆଇଟମରେ କ୍ୟାଲୋରୀ ମାତ୍ରା ଦର୍ଶାଇବାକୁ ହେବ। ତାଛଡା ହୋଟେଲ ଓ ବଡ ବଡ ରେସ୍ତୋରାଁକୁ ମଧ୍ୟ ନିଜ ମେନ୍ୟୁରେ କ୍ୟାଲୋରୀ ମାତ୍ରା ଦର୍ଶାଇବାକୁ ହେବ।
ଗୋଟିଏ ୧୦୦ ଗ୍ରାମର ପିଜ୍ଜାରେ ୨୬୦ କ୍ୟାଲୋରୀ ଥାଏ। ୧୦୦ ଗ୍ରାମର ବର୍ଗରରେ ୨୯୫ କ୍ୟାଲୋରୀ ଥାଏ। ଜଣେ ଆକ୍ଟିଭ ବ୍ୟକ୍ତିଙ୍କୁ ନିୟମିତ ୨୦୦୦ କ୍ୟାଲୋରୀ ଏନର୍ଜି ଆବଶ୍ୟକ ହୋଇଥାଏ। କାମ ହିସାବରେ ଲୋକଙ୍କ ମଧ୍ୟରେ କ୍ୟାଲୋରୀ ଆବଶ୍ୟକତା ଭିନ୍ନ ଭିନ୍ନ। ସେଥିପାଇଁ ପ୍ରତ୍ୟେକ ଫୁଡ ଆଇଟମରେ ତାର ନ୍ୟୁଟ୍ରିସନ ଭେଲ୍ୟୁ ଲେଖାଥିବା ଦ୍ୱାରା କାହାକୁ କେତେ କ୍ୟାଲୋରୀ ଆବଶ୍ୟକ ତାହା ଜାଣିହେବ।