ନକଲି ମଦ କାରବାରକୁ ନେଇ ଆନ୍ଦୋଳନ, ହୋଟେଲ ମାଲିକଙ୍କୁ ଗିରଫ ଦାବି ଜୋର୍
10/12/2022 at 12:51 PM

ଭଦ୍ରକ୧୦/୧୨: ଭଦ୍ରକ ଜିଲ୍ଲାରେ ନକଲି ମଦ କାରବାରକୁ ନେଇ ଆନ୍ଦୋଳନ ତେଜୁଛି । ନକଲି ମଦ ଯୋଗାଉଥିବା ହୋଟେଲ ମାଲିକଙ୍କୁ ଗିରଫ ଦାବି କଲା କଂଗ୍ରେସ ।
ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଦ ବେପାରୀଙ୍କୁ ଗିରଫ ନେଇ ଦାବି କରିଛି । କିଛିଦିନ ପୂର୍ବରୁ ଭଦ୍ରକ ଅବକାରୀ ବିଭାଗ ନକଲି ମଦ ବିକ୍ରି କରୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଅଭିଯୁକ୍ତ ଜଣକ ତାଙ୍କୁ ନକଲି ମଦ ଯୋଗାଉଥିବା ହୋଟେଲ ମାଲିକ ଶ୍ୟାମ ନାରାୟଣ ଗୁପ୍ତାଙ୍କ ନାମ କହିବା ପରେ ଏବେ ବିବାଦ ତେଜୁଛି ।
ଏହି ହୋଟେଲ ମାଲିକଙ୍କର ନାମରେ ପୂର୍ବରୁ ବହୁ ଅଭିଯୋଗ ରହିଛି । ଆଗାମୀ ୧୫ଦିନରେ ହୋଟେଲ ମାଲିକଙ୍କୁ ଗିରଫ ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023