ରାମଚନ୍ଦ୍ରପୁର ଛକରେ ଜଳିଗଲା ହୋଟେଲ୍‌, କେହି ନିଆଁ ଲଗାଇଦେଇଥିବା ସନ୍ଦେହ

Published By : Prameya-News7 Bureau | May 23, 2024 IST

ବାଲିପାଟଣା  ୨୩/୦୫: ଅଗ୍ନିକାଣ୍ଡରେ ଜଳିଗଲା ହୋଟେଲ୍‌ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ଛକରେ ଘଟିଛି ଏହି ଅଘଟଣ । 

ସୂଚନା ଥାଉକି, ବୁଧବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ହୋଟେଲ୍‌ ରେ ଥିବା ସମଗ୍ର ସାମଗ୍ରୀ ବି ଭସ୍ମୀଭୂତ ହୋଇଛି । ତେବେ କେହି ଦୁର୍ବୃତ୍ତ ହୋଟେଲରେ ନିଆଁ ଲଗାଇ ଦେଇଥିବା ହୋଟେଲ ମାଲିକ ଗୋପନ ହୋତା ସନ୍ଦେହ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.