ବିଜେଡିରୁ ଦାମଙ୍କ ବହିଷ୍କାର ପରେ ରାଜ୍ୟ ରାଜନୀତି ସରଗରମ ; ଦାମଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର
13/09/2018 at 3:05 PM

ଭୁବନେଶ୍ୱର ୧୩/୯ : ବିଜେଡିରୁ ଦାମଙ୍କ ବହିଷ୍କାର ପରେ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି | ଦାମଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି | ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଛନ୍ତି -“ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟପାର, ସବୁ ରାଜନୈତିକ ଦଳରେ ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥା ରହିବା କଥା ତାହା ବିଜେଡିରେ ନାହିଁ | ଏକଥା ବିଜେଡି କେବେ ସ୍ବୀକାର କରିନି, ସବୁ ରାଜନୈତିକ ଦଳରେ କିଛି ଭିନ୍ନ ମତବାଦୀ ନେତା ଥାଆନ୍ତି | ଯେଉଁମାନେ ବିଭିନ୍ନ ବିଷୟରେ ଦଳ ଓ ସରକାରଙ୍କ କାର୍ଯ୍ୟକ୍ରମକୁ ନେଇ ଭିନ୍ନ ମତ ରଖନ୍ତି | ଦଳରେ ତାକୁ ଖରାପ ନଜରରେ ଦେଖନ୍ତି ନାହିଁବିଜେଡି ଏକଛତ୍ରବାଦୀ ଦଳର ପରିଚୟ ଦେଇଛି, ଏହା ସୁସ୍ଥ ରାଜନୀତିର ନିଦର୍ଶନ ନୁହେଁ |”
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି “ଏହା ତାଙ୍କ ଦଳର ଆଭ୍ୟନ୍ତରଣ ବ୍ୟାପାର, କିନ୍ତୁ ଦାମ ବାବୁ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ବଡ କଥା | ସରକାର ସେସବୁ ଉପରେ ତଦନ୍ତ କରି ସ୍ପଷ୍ଟ କରିବାକୁ ସତସାହସ କରୁନାହାନ୍ତି କାହିଁକି ? ତାହା ନକରି ଦାମ ବାବୁଙ୍କୁ ବହିଷ୍କାର କଲେ, ସେ ଦଳରେ ଯିଏ ସତ କହିବ ତାର ମୁଣ୍ଡ ଗଡିବ” ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ |