ରାଜନୈତିକ ମହଲରେ ହଟ ଚମଟ: ଟ୍ରେନ ଭଡ଼ା ଦେବ ପ୍ରଦେଶ କଂଗ୍ରେସ କମିଟି

Published By : Prameya-News7 Bureau | May 04, 2020 IST

ଭୁବନେଶ୍ବର୪/୫: ଦେଶ ସାରା କରୋନା ସଂକ୍ରମଣ ବ୍ୟାପକ ହେଉଥିବା ଯେତିକି ଚିନ୍ତାଜନକ ହୋଇଛି ପ୍ରବାସୀ ଶ୍ରମିକଙ୍କ ଘର ଫେରିବା ସେମାନଙ୍କର କ୍ବାରାଣ୍ଟାଇନ ଭଳି ସମସ୍ୟା ମଧ୍ୟ ସେତିକି ଚିନ୍ତାଜନକ ହୋଇଛି। ଏତିକିବେଳେ କଂଗ୍ରେସ ପ୍ରବାସୀ ଶ୍ରମିକଙ୍କ ରେଳ ଭଡ଼ା ଦେବା ପାଇଁ ଘୋଷଣା କରିବା ପରେ ଦେଶରେ ରାଜନୈତିକ ମାହୋଲ ହଠାତ ଚଳଚଞ୍ଚଳ ହୋଇଥିଲା। ଏପରିକି ବିଜେପି ଓ ରେଲୱେ ଏହାକୁ ନେଇ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ ।    

{"id":264807,"sizeSlug":"large"}

ଦେଶରେ ଯିଏ ଯେଉଁଠାରୁ ଟ୍ରେନର ଫେରିବ ପ୍ରଦେଶ କଂଗ୍ରେସ କମିଟି ତାର ଭଡ଼ା ଦେବ। କଂଗ୍ରେସର ଏମିତି ଘୋଷଣା ହିଁ ଆଜି ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଏପରିକି କର୍ଣ୍ଣାଟକରେ ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ଟ୍ରାନ୍‌ସପୋର୍ଟ କମିଶନକୁ କୋଟିଏ ଟଙ୍କା ଆଡଭାନ୍‌ସ ମଧ୍ୟ ଦେଇଥିଲେ। ଟ୍ରେନ ଟିକେଟ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପିସିସି କରିବ ବୋଲି କଂଗ୍ରେସ ଘୋଷଣା କରିଥିଲା । ଏହା ସହିତ ରେଲୱେର ଦାୟିତ୍ବ ନେଇ ଉଭୟ କଂଗ୍ରେସ ଅଧ୍ୟକ୍ଷା ଏବଂ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ  କହିଥିଲେ ଏହା ଆମର ଦେଶବାସୀଙ୍କ ସେବାରେ ଭାରତୀୟ ଜାତୀୟ କଂଗ୍ରେସର ନମ୍ର ଅବଦାନ ଏବଂ ସେମାନଙ୍କ ସହ ଏକତା ମଧ୍ୟରେ କାନ୍ଧରେ ଠିଆ ହେବା  ଏହା ସହିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଆମ ଅନୁରୋଧକୁ ରେଳମନ୍ତ୍ରଣାଳୟ ଅଣଦେଖା କରିଛି । ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କର ସମଭାବନା ନାହିଁ ।

{"id":264808,"sizeSlug":"large"}

ଏହାପରେ କଂଗ୍ରେସର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲା ବିଜେପି।  ସିଧା କଂଗ୍ରେସକୁ ସମାଲୋଚନା କରିଥିଲେ ମୁଖପାତ୍ର ସମ୍ବିତ ପାତ୍ର । ସେପଟେ ରେୱଲେ ମଧ୍ୟ ସ୍ପଷ୍ଟ କରିଥିଲା ଯେ ପ୍ରବାସୀ ଶ୍ରମିକଙ୍କ ଠାରୁ କୌଣସି ଟିକେଟ ଭଡ଼ା ଆଦାୟ କରାଯାଉନାହିଁ। ଦେଶର ବିଭିନ୍ନ ସ୍ଥାନରୁ ଏପର୍ଯ୍ୟନ୍ତ ୩୪ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି। ରେଲୱେ ରାଜ୍ୟ ସରକାରଙ୍କ ଠାରୁ ଏହି ଶ୍ରେଣୀ ପାଇଁ କେବଳ ମାନକ ଭଡା ଆଦାୟ କରୁଛି ଯାହା ରେଲୱେର ମୋଟ ଖର୍ଚ୍ଚର ମାତ୍ର ୧୫% ।  ରେଲୱେ ଦ୍ୱାରା ପ୍ରବାସୀମାନଙ୍କୁ ମାଗଣା ଖାଦ୍ୟ ଏବଂ ପାଣି ବୋତଲ ଦିଆଯାଉଛି । ଟ୍ରେନଗୁଡ଼ିକ ଗନ୍ତବ୍ୟସ୍ଥଳରୁ ଖାଲି ଫେରୁଛି ।  ଶ୍ରମିକଙ୍କ ଟ୍ରେନ ଭଡ଼ାକୁ ନେଇ ଦିନ ସାରା ବିଜେପି ଓ କଂଗ୍ରେସ ମଧ୍ୟରେ କଥାକଟାକଟି ଚାଲିଥିବା ବେଳେ ଏହା ଭିତରେ ଶ୍ରମିକଙ୍କ ପ୍ରତି କାହାର ସମବେଦନା ଅଧିକ ଏହାକୁ ନେଇ ମଧ୍ୟ ପ୍ରତିଯୋଗିତା ଚାଲିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.