ତଥାପି ଥମୁନି ଅନ୍ଧବିଶ୍ବାସ, ଏବେବି ଚାଲିଛି ମକର ସଂକ୍ରାନ୍ତି ପରଦିନ ଚେଙ୍କ ଚିକିତ୍ସା ପରମ୍ପରା

Published By : Prameya-News7 Bureau | January 16, 2020 IST

କାମାକ୍ଷାନଗର ୧୬।୧: ଆଜିର ବୈଜ୍ଞାନିକ ଯୁଗରେ ବି ଆଦିବାସୀ ସଂପ୍ରଦାୟର ଲୋକମାନେ ପୂର୍ବ ପୁରୁଷରୁ ଚଳିଆସୁଥିବା ପ୍ରଥାକୁ ପରମ୍ପରା ଭାବି ପାଳନ କରୁଛନ୍ତି । ଗାଁରେ କାହାର ଦେହ ଖରାପ ହେଲେ କେତେବେଳେ ଚେଙ୍କ ମାଧ୍ୟମରେ ଚିକିତ୍ସା କରାଯାଉଛି ତ କେତେବେଳେ ଗୁଣିଆ ଡାକି ଝଡାଫୁଙ୍କା କରାଯାଉଛି । ଏପରି କରିବା ଦ୍ବାରା ରୋଗୀର ରୋଗ ଭଲ ହେବା ବଦଳରେ ଜୀବନ ମଧ୍ୟ ଚାଲିଯାଉଥିବାର ନଜିର ରହିଛି ।

{"id":211927,"sizeSlug":"large"}

ତେବେ ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡାହାଡ ବ୍ଲକ କୋରଜୋଳି ପଞ୍ଚାୟତର କେନ୍ଦୁମୁଣ୍ଡା ଓ ଘୁଟୁରି ଗାଁର ଆଦିବାସୀ ସଂପ୍ରଦାୟ ଲୋକମାନେ ରୋଗର ନିରାକରଣ ପାଇଁ ମକର ସଂକ୍ରାନ୍ତି ପରଦିନ କରିଥାନ୍ତି ଚେଙ୍କ ଚିକିତ୍ସା ।

{"id":211928,"sizeSlug":"large"}

ଏହି ଅବସରରେ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ବଡ ଲୋକ ଯାଏଁ ସମସ୍ତଙ୍କୁ ଦିଆଯାଇଥାଏ ଚେଙ୍କ। ଦିଶାରୀ ନିଆଁରେ ଦାଆକୁ ଗରମ କରି ପେଟରେ ଚେଙ୍କ ଦେଇଥାନ୍ତି । ଏଭଳି ପ୍ରଥା ବହୁ ଦିନରୁ ଚାଲିଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.