ଅନ୍ଧବିଶ୍ବାସ : ୫୬ ଶିଶୁଙ୍କ ପେଟରେ ଦିଆଗଲା ଚେଙ୍କ
16/01/2019 at 12:11 PM

କେନ୍ଦୁଝର ୧୬|୧: କେନ୍ଦୁଝର ଜିଲ୍ଲା ବରଦାପାଳ ପଞ୍ଚାୟତ ରୁଗୁଡି ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପେଟ ରୋଗ ଭଲ କରିବାକୁ ଶିଶୁଙ୍କୁ ଚେଙ୍କ ଦିଆଯାଇଛି ।
ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବରଦାପାଳ ପଞ୍ଚାୟତ ରୁଗୁଡି ସାହିରେ ୨୫ରୁ ଅଧିକ ମୁଣ୍ଡା ପରିବାର ସେଠାରେ ବସବାସ କରୁଛନ୍ତି । ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତିରେ ଶିଶୁଙ୍କ ପେଟରେ ଚେଙ୍କ ଦିଆଯାଇଛି । ଚେଙ୍କ ଦେଲେ ଶିଶୁଙ୍କୁ ଜୀବନ ସାରା ପେଟ ରୋଗ ହୁଏ ନାହିଁ ବୋଲି ସେମାନଙ୍କର ବିଶ୍ବାସ ରହିଛି । ଏହି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଗାଁର ୫୬ ଜଣ ଶିଶୁଙ୍କ ପେଟରେ ଗରମ ଚେଙ୍କ ଦିଆଯାଇଛି । ସଂକ୍ରାନ୍ତି ଅବସରରେ ଗାଁ ଦାଣ୍ଡରେ ଏକାଠି ହୋଇଥିଲେ ପୁରା ପରିବାର । ସବୁ ପରିବାରର ସମସ୍ତ ଶିଶୁ ଗାଁ ଦାଣ୍ଡକୁ ଆସିବାକୁ ବାଧ୍ୟ କରାଯାଇଥାଏ । ତାପରେ ଦିଶାରୀ ଏକ ଗରମ ଲୁହା ରଡ଼ରେ ସମସ୍ତଙ୍କ ପେଟରେ ଚେଙ୍କ ଦେଇଥାଏ ।