ଏୟାର ହଷ୍ଟେଜ୍‌ଙ୍କୁ ବିଦେଶୀ ନାଗରିକଙ୍କ ଅସଦାଚରଣ, DGCAରେ ମାମଲା

Published By : Prameya-News7 Bureau | January 07, 2023 IST

ମୁମ୍ବାଇ: ଦିଲ୍ଲୀ-ଗୋଆ ବିମାନରେ ଏୟାର ହଷ୍ଟେଜ୍‌ଙ୍କୁ ଅସଦାଚରଣ । GO First Air ବିମାନରେ ଜଣେ ବିଦେଶୀ ଯାତ୍ରୀ ମହିଳା ହଷ୍ଟେଜ୍‌ଙ୍କ ସହିତ ଅଭଦ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ନିଜ ପାଖରେ ବସିବାକୁ ହଷ୍ଟେଜ୍‌ଙ୍କୁ କହିବା ସହିତ ଅଶାଳୀନ ବ୍ୟବହାର କରିଥିଲେ । ଏନେଇ ଏୟାର ହଷ୍ଟେଜ୍‌ ଗୋଓ ବିମାନବନ୍ଦରରେ CISFଙ୍କୁ ଅବଗତ କରାଇଛନ୍ତି ।

ଜାନୁଆରୀ ୫ତାରିଖର ଏହି ଘଟଣା ଏବେ ସାମ୍ନାକୁ ଆସିଛି । ଏୟାର ଲାଇନ୍ ବିଦେଶୀ ନାଗରିକଙ୍କ ଅସଦାଚରଣ ମାମଲା ଡିଜିସିଏକୁ ଅବଗତ କରାଇଛି । ଡିଜିସିଏ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଏୟାର ଇଣ୍ଡିଆ ବିମାନରେ ବୃଦ୍ଧାଙ୍କ ଉପରେ ପରିଶ୍ରା କରିବା ଘଟଣାରେ ବିଚାର ବିଭାଗୀୟ ହାଜତକୁ ଅଭିଯୁକ୍ତକୁ ପଠାଯାଇଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତ ଶଙ୍କର ମିଶ୍ରାକୁ ବେଙ୍ଗାଳୁରୁରୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା । ପଟିଆଲା ହାଉସ୍ କୋର୍ଟ ମାମଲାର ଶୁଣାଣି କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

୨୦୨୨ ନବେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI-102 ଫ୍ଲାଇଟର ବିଜନେସ୍ କ୍ଲାସରେ ଜଣେ ବୃଦ୍ଧାଙ୍କ ଉପରେ ଅଭିଯୁକ୍ତ ଶଙ୍କର ମିଶ୍ରା ପରିସ୍ରା କରିଦେଇଥିଲେ । ଜାନୁଆରି ୪ ତାରିଖରେ ମାମଲା ରୁଜୁ ହେବା ପରେ ପୋଲିସ ଆକ୍ସନ ନେଇଛି ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.