୭ ନାବାଳକ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଇ ହଷ୍ଟେଲ୍‌ ୱାର୍ଡେନ୍‌ ଗିରଫ

Published By : Prameya-News7 Bureau | September 12, 2022 IST

ହାଇଦ୍ରାବାଦ ୧୨/୦୯: ମୁରମ କ୍ରିଷ୍ଣା (୩୫) ନାମକ ଯୁବକ ୭ଜଣ ନାବାଳକଙ୍କୁ ଯୌନ ନିର୍ଯାତନା ଦେଇ ଗିରଫ ହୋଇଛନ୍ତି। ତାଙ୍କ ଘର ପଶ୍ଚିମ ଗୋଦାବରୀ ଜିଲ୍ଲା ଚିଣ୍ଟୁର ମଣ୍ଡଳ ଅଧୀନ ହଲ୍ଲିଗୁଣ୍ଡମରେ ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ଯୁବକ ହାୟତନଗରରେ ଥିବା ଏକ ଘରୋଇ ସ୍କୁଲ୍‌ ହଷ୍ଟେଲରେ ୱାର୍ଡେନ୍ ଭାବେ କାର୍ଯ୍ୟରତ ଥିଲେ। ରବିବାର ପୋଲିସ ଏହି ବିଷୟରେ ଜଣାଇଛି।

ଖବର ଅନୁସାରେ ନାବାଳକ ଛାତ୍ରମାନଙ୍କ ଗୋପନୀୟତା ନଷ୍ଟ କରି ଗିରଫ ଅଭିଯୁକ୍ତ ତାଙ୍କ ପାଖକୁ ବାରମ୍ୱାର ଯାଇ ତାଙ୍କୁ ଆକ୍ରମଣ କରୁଥିଲା। ଯଦି ସେମାନେ ଏହି କଥା ଅନ୍ୟକାହା ପାଖେ କହିବେ, ଏହାର ପରିଣାମ ବଡ଼ ଭୟଙ୍କର ହେବ ବୋଲି ସେ ଛାତ୍ରମାନଙ୍କୁ ଧମକାଇଥିଲା। ୱାର୍ଡେନଙ୍କର କ୍ରିଷ୍ଣାର ଏଭଳି ଅତ୍ୟାଚାରରେ କିଛି ନାବାଳକ ଛାତ୍ର ଅତିଷ୍ଠ ହୋଇ ତାଙ୍କ ଅଭିଭାବକଙ୍କୁ କହିଥିଲେ। ପରେ ଅଭିଭାବକ ପୋଲିସ ପାଖେ ଅଭଯୋଗ କରିବାର କିଛିଦିନ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ୭ ଜଣ ନାବାଳକ ଛାତ୍ର ୱାର୍ଡେନ୍‌ ଦ୍ୱାରା ନିର୍ଯାତନାର ଶୀକାର ହୋଇଛନ୍ତି ବୋଲି ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି।

ପୋଲିସ ହଷ୍ଟେଲ ୱାର୍ଡେନ କ୍ରିଷ୍ଣା ବିରୋଧରେ ଆଇପିସି ଧାରା ୫୦୬ ଅଧୀନରେ ଅପରାଧିକ ଧମକ, ଗମ୍ଭୀର ଯୌନ ମାମଲା, ଯୌନ ଉତ୍ପିଡ଼ନ ମାମାଲା ଓ ଯୌନ ଅପରାଧରୁ ପିଲାମାନଙ୍କୁ ସୁରକ୍ଷିତ କରିବା ଅଧିନିୟମ ଅଧୀନରେ ମାମଲା ରୁଜୁ କରିଛ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.