ହଷ୍ଟେଲ୍‌ ରୁମ୍‌ରେ ଆତ୍ମହତ୍ୟା କଲେ ଛାତ୍ରୀ; ତଦନ୍ତ ଆରମ୍ଭ

Published By : Prameya-News7 Bureau | January 01, 2023 IST

ପୁରୀ ୦୧/୦୧: ନୂଆ ବର୍ଷରେ ଆସିଲା ଦୁଃଖଦ ଖବର। ପୁରୀ ପେଣ୍ଠକଟା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‌ ରୁମ୍‌ରେ ଛାତ୍ରୀଙ୍କ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ପରିଚୟ ପ୍ରଜ୍ଞା ପରମିତା ପରିଡ଼ା। ସେ ବାଙ୍କୀ ନୂଆଗାଁ ଗାଁର ବାସିନ୍ଦା। ସେ ବେଦାନ୍ତ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଶନିବାର ବା ଗତକାଲି ବିଳମ୍ବିତ ରାତିରେ ମୃତ ଛାତ୍ରୀ ତାଙ୍କ ମାଙ୍କ ସହ ଫୋନରେ କଥା ହୋଇଥିଲେ। ପରେ ତାଙ୍କ ଫୋନ ସୁଇଚ୍‌ ଅଫ ଥିଲା। ରବିବାର ସେ ହଷ୍ଟେଲ୍‌ ରୁମ୍‌ରେ ଆତ୍ମହତ୍ୟା କରିଥିବା ଜଣାପଡିଛି। କିନ୍ତୁ ଆତ୍ମହତ୍ୟାର ଏଯାଏଁ ସ୍ପଷ୍ଟ ହୋଇନି। ପୁରୀ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସମୁଦ୍ରକୂଳ ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.