ଆଦିବାସୀ ଛାତ୍ରାବାସରେ ଅଗ୍ନିକାଣ୍ଡ, ପୋଡିଗଲା ପିଲାଙ୍କ ବହିଖାତା ସହ ଆସବାବ ପତ୍ର
12/12/2022 at 3:55 PM

ରାଉରକେଲା ୧୨/୧୨: ଛାତ୍ରବାସରେ ଅଗ୍ନିକାଣ୍ଡ । ସୁନ୍ଦରଗଡ଼ ଜିଲା କୋଇଡା ଗୋପବନ୍ଧୁ ହାଇସ୍କୁଲର ଆଦିବାସୀ ଛାତ୍ରବାସରେ ଘଟିଛି ଏହି ଅଗ୍ନିକାଣ୍ଡ । ଦିନ ପଖାପାଖି ସାଢେ ୧୨ଟା ସମୟରେ ଛାତ୍ରମାନେ ସ୍କୁଲରେ ଥିବା ସମୟରେ ଘଟିଥିଲା ଏହି ଅଗ୍ନିକାଣ୍ଡ ।
ତେବେ ସର୍ଟ ସର୍କିଟ ଯୋଗୁଁ ଛାତ୍ରାବାସରେ ନିଆଁ ଲାଗିଥିବା ଜଣାପଡିଛି । ଛାତ୍ରାବାସର ୬ଗୋଟି ବେଡ, ପିଲାଙ୍କ ଡ୍ରେସ୍ ସହ ବହି ଖାତା ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବିଭାଗର ଦମକଳ ଗାଡ଼ି ଆସି ନିଆଁକୁ କରିଥିଲା ଆୟତ । ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଛି ।
Related Posts
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023
ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ
5 February 2023
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023