ଢେଙ୍କାନାଳ ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣା ; ମାଟ୍ରନଙ୍କ ସହ ୨ ଶିକ୍ଷୟିତ୍ରୀ ବହିଷ୍କୃତ

Published By : Prameya-News7 Bureau | January 31, 2019 IST

ଢେଙ୍କାନାଳ ୩୧|୧:  ଢେଙ୍କାନାଳ ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ମାଟ୍ରନଙ୍କ ସହ ୨ ଶିକ୍ଷୟିତ୍ରୀ ବହିଷ୍କୃତ ହୋଇଛନ୍ତି । ମାଟ୍ରନ ସ୍ମୃତିରେଖା ସେଠୀ, ଶିକ୍ଷୟତ୍ରୀ ସଂଘମିତ୍ରା ଶୁଭଲକ୍ଷ୍ମୀ ଏବଂ ଯୋଗମାୟା ଗଡନାୟକ ବହିଷ୍କୃତ ହୋଇଛନ୍ତି ।

{"id":80202}

ଢେଙ୍କାନାଳ ସପ୍ତଶଯ୍ୟା ଆଶ୍ରମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ୩ ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା । ପ୍ରଧାନଶିକ୍ଷକ ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡିଥିଲା । ଘଟଣା ଜଣାପଡିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.