scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୧୧ ରୁ ୨୦୧୯ ବିଶ୍ୱକପ୍‌, ହୋଷ୍ଟ ଦେଶ ହାତେଇଛି ଟ୍ରଫି…

26/09/2023 at 1:54 PM

ମୁମ୍ବାଇ ୨୬।୦୯ : ରିପିଟ୍‌ ହେବ କି ଇତିହାସ । ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ୍‌ରୁ ଚାଲୁଥିବା ପରମ୍ପରା ଆଗକୁ ଜାରି ରହିବ କି ? ୨୦୧୧, ୨୦୧୫, ୨୦୧୯ ଆଇସିସି ବିଶ୍ୱକପ୍‌ରେ ଟ୍ରଫି ହାତେଇଥିଲେ ଆୟୋଜକ ଦଳ । ଯେଉଁ ଦେଶ ଏହି ସବୁ ବର୍ଷରେ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ର ଆୟୋଜନ କରିଥିଲେ । ସେହି ଦେଶ  ହିଁ ଟ୍ରଫି ହାତେଇଥିଲା । ତେଣୁ ଆଗାମୀ ୨୦୨୩ କ୍ରିକେଟ୍‌ ବିଶ୍ୱକପ୍‌ରେ ଦୋହରିବ କି ଇତିହାସ । ତାହା ଦେଖିବାକୁ ବାକି ରହିଲା ।

୨୦୧୧ ଦିନିକିଆ ବିଶ୍ୱକପ୍‌ –

୨୦୧୧ ଦିନିକିଆ ବିଶ୍ୱକପ୍‌ର ଆୟୋଜକ ଦେଶ ଥିଲେ ଭାରତ ଏବଂ ବାଂଲାଦେଶ । ଉଭୟ ଦେଶକୁ ବିଶ୍ୱକପ୍‌ ଆୟୋଜନ ଦାୟିତ୍ୱ ଦେଇଥିଲା ଆଇସିସି । ଲିଗ୍‌ ପର୍ଯ୍ୟାୟରେ ବାଂଲାଦେଶର ଯାତ୍ରା ଶେଷ ହୋଇଥିବା ବେଳେ ଆଗକୁ ବଢିଚାଲିଥିଲା ଭାରତୀୟ ଟିମ୍‌ । ଶେଷରେ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିଥିଲା ଧୋନିଙ୍କ ନେତୃତ୍ୱଧୀନ ଟିମ୍‌ ଇଣ୍ଡିଆ । ଫାଇନାଲରେ ହୋଇଥିଲା ଶ୍ରୀଲଙ୍କା ସହ ଲଢେଇ । ଶ୍ରୀଲଙ୍କା ଦେଇଥିବା ୨୭୪ ରନ୍‌ ଟାର୍ଗେଟକୁ ଅତି ସହଜରେ ହାସଲ କରିନେଇଥିଲା ଟିମ୍‌ ଇଣ୍ଡିଆ । ଫାଇନାଲରେ ଶ୍ରୀଲଙ୍କାକୁ ୬ ଓ୍ୱିକେଟ୍‌ରେ ପରାସ୍ତ କରି ଚମ୍ପିଆନ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ ।  ୨୦୧୧ରେ ଦିନିକିଆ କ୍ରିକେଟ୍‌ରେ ବିଶ୍ୱ ଚମ୍ପିଆନ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ ।

୨୦୧୫ ଦିନିକିଆ ବିଶ୍ୱକପ୍‌ –

୨୦୧୫ ଦିନିକିଆ ବିଶ୍ୱକପ୍‌ର ଆୟୋଜକ ଦେଶ ଥିଲେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ । ଉଭୟ ଦେଶକୁ ବିଶ୍ୱକପ୍‌ ପରି ମେଗା ଇଭେଣ୍ଟର ଆୟୋଜନ ଦାୟିତ୍ୱ ଦେଇଥିଲେ ଆଇସିସି । ଉଭୟ ଟିମ୍‌ ଦମଦାର ପ୍ରଦର୍ଶନ ବଳରେ ଫାଇନାଲରେ ଏଣ୍ଟ୍ରି କରିଥିଲେ । ଆଉ ଫାଇନାଲରେ ବାଜି ନେଇଥିଲା ଅଷ୍ଟ୍ରେଲିଆ ଦଳ । ନ୍ୟୁଜିଲାଣ୍ଡ ଟିମ୍‌କୁ ୭ ଓ୍ୱିକେଟରେ ପରାସ୍ତ କରି ଚମ୍ପିଆନ୍‌ ହୋଇଥିଲା କଙ୍ଗାରୁ ଟିମ୍‌ । ୨୦୧୫ରେ ଦିନିକିଆ କ୍ରିକେଟ୍‌ରେ ଚମ୍ପିଆନ୍‌ ହୋଇଥିଲା ଅଷ୍ଟ୍ରେଲିଆ ଟିମ୍‌ ।

୨୦୧୯ ଦିନିକିଆ ବିଶ୍ୱକପ୍‌ –

୨୦୧୯ ଦିନିକିଆ ବିଶ୍ୱକପ୍‌ରେ ଆୟୋଜକ ଥିଲା ଇଂଲଣ୍ଡ । ଆଇସିସି ପକ୍ଷରୁ ଇଂଲଣ୍ଡକୁ ଦିନିକିଆ ବିଶ୍ୱକପ୍‌ର ଆୟୋଜନ ଦାୟିତ୍ୱ ମିଳିଥିଲା । ୨୦୧୯ରେ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଟିମ୍‌ ନିଜ ଦମ୍‌ଦାର ପ୍ରଦର୍ଶନ ବଳରେ ଫାଇନାଲରେ ଏଣ୍ଟ୍ରି କରିଥିଲେ । କିନ୍ତୁ ଫାଇନାଲରେ ବର୍ଷା ସାଜିଲା ବାଧକ । ନ୍ୟୁଜିଲାଣ୍ଡ ଦେଇଥିବା ଟାର୍ଗେଟ ଇଂଲଣ୍ଡ ହାସଲ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଶେଷରେ ମ୍ୟାଚ୍‌ଟି ଡ୍ର ରହିଥିଲା । ଆଉ ଶେଷରେ ସୁପର ଓଭର ଖେଳାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ସୁପର ଓଭରରେ ବି କୌଣସି ନିଷ୍କର୍ସ ବାହାରିପାରିନଥିଲା । ଶେଷରେ ମ୍ୟାଚ୍‌ରେ ଅଧିକ ବାଉଣ୍ଡରୀ ମାରିଥିବା ଟିମ୍‌କୁ ଚମ୍ପିଆନ୍‌ ଘୋଷଣା କରାଯାଇଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଅନେକ ବିବାଦ ହୋଇଥିଲା । ଏପିରିକି କିଛି କ୍ରୀଡା ସମୀକ୍ଷାକ ଏହାକୁ ଖେଳୁଆଡ ମନୋଭାବ ନୁହଁ ବୋଲି କହିଥିଲେ ।

୨୦୨୩ ଦିନିକିଆ ବିଶ୍ୱକପ୍‌ –

ପାଖେଇ ଆସୁଛି ୨୦୨୩ କ୍ରିକେଟ୍‌ ବିଶ୍ୱକପ୍‌ । ଆଇସିସି ପକ୍ଷରୁ ଭାରତକୁ ଆୟୋଜନ ଦେଶ ଭାବେ ଦାୟିତ୍ୱ ଦିଆଯାଇଛି । ଅକ୍ଟୋବର ୫ରେ ଆରମ୍ଭ ହେବ ବିଶ୍ୱକପ୍‌ । ଯାହା ନଭେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଟିମ୍‌ ଭାଗ ନେବେ । ଧୀରେ ଟିମ୍‌ ଏବେ ଭାରତକୁ ଆସିବେ ।

ତେବେ ଶେଷ ତିନୋଟି (୨୦୧୧, ୨୦୧୫, ୨୦୧୯) ବିଶ୍ୱକପ୍‌ର ଇତିହାସ କହୁଛି ଭିନ୍ନ କଥା । ଯେଉଁ ଦେଶରେ ବିଶ୍ୱକପ୍‌ର ଆୟୋଜନ ହୋଇଛି । ସେହି ଦେଶ ହିଁ ଟ୍ରଫି ହାତେଇଛି । ଆଉ ସାଜିଛି ବିଶ୍ୱ କ୍ରିକେଟର ନୂଆ ବାଦ୍‌ଶାହ । ତେଣୁ ଚଳିତ ବିଶ୍ୱକପ୍‌ ଭାରତରେ ହେବାକୁ ଯାଉଛି । ଇତିହାସ ଅନୁସାରେ ଭାରତ ଜିତିବ କି ୨୦୨୩ ଦିନିକିଆ ବିଶ୍ୱକପ୍‌ ଟ୍ରଫି ? ତାହା ଆଗାମୀ ସମୟ ହିଁ କହିବ ।

   Related Posts