ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଡେଲଟା ତୁଳନାରେ ଓମିକ୍ରନ୍ ଲହରରେ ୯୧ପ୍ରତିଶତ କମିଛି ହସ୍ପିଟାଲରେ ଭର୍ତ୍ତିହେଉଥିବା ରୋଗୀଙ୍କ ସଂଖ୍ୟା

20/12/2021 at 5:05 PM

ନୂଆଦିଲ୍ଲୀ ୨୦/୧୨ : ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ସଂକ୍ରମଣକୁ ନେଇ ଆଶ୍ବସ୍ତୀକର ଖବର ଆସିଛି । ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇ ଏବେ ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ଓମିକ୍ରନ୍ କ୍ରମାଗତ ଭାବେ ଦୁର୍ବଳ ହେବା ନେଇ ଆଶଙ୍କା କରାଯାଉଛି । କାରଣ ଦକ୍ଷିଣ ଆଫ୍ରିକାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ଭାବେ ହ୍ରାସପାଇବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରେ ଏବେ କରୋନାର ଚତୁର୍ଥ ଲହର ଜାରି ରହିଛି । ତେବେ ବଡ କଥା ହେଉଛି ଦକ୍ଷିଣ ଆଫ୍ରିକାରେ ତୃତୀୟ ଲହର ଅର୍ଥାତ ଡେଲଟା ଭ୍ୟାରିଆଣ୍ଟ ଅପେକ୍ଷା ଚତୁର୍ଥ ଲହର ଓମିକ୍ରନରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୯୧ ପ୍ରତିଶତ ହ୍ରାସପାଇଛି ।

ଦକ୍ଷିଣ ଆଫ୍ରିକାରେ ଚତୁର୍ଥ ଲହର ସମୟରେ ମାତ୍ର ୧.୭ ପ୍ରତିଶତ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି । ତୃତୀୟ ଲହର ସମୟରେ ଏହି ସପ୍ତାହରେ ୧୯ ପ୍ରତିଶତ ଆକ୍ରାନ୍ତଙ୍କ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡୁଥିଲା । ତେଣୁ ତୃତୀୟ ଲହର ତୁଳନାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଖୁବ କମିଛି ଏବଂ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟ ଗୁରୁତର ଅସୁସ୍ଥ ହେଉନାହାନ୍ତି । ଏମିତିକି ମୃତ୍ୟୁସଂଖ୍ୟା ମଧ୍ୟ ନଜିର ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ଆଫ୍ରିକା ସ୍ବାସ୍ଥ୍ୟମନ୍ତ୍ରୀ ଜୋଏ ଫାହଲା ।

ସାଉଥ ଆଫ୍ରିକାରେ ତୃତୀୟ ଲହର ସମୟରେ ଦିନକୁ ୨୦ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଏବେ ତାହା ମାତ୍ର ୪୪୦୦ରେ ରହିଛି । ଡେଲଟା ଭ୍ୟାରିଆଣ୍ଟ ତୁଳନାରେ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଥିବା କରୋନା ସଂକ୍ରମିତମାନଙ୍କ ମଧ୍ୟରୁ ଖୁବ କମ, ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଅବଶ୍ୟ ଡେଲଟା ଠାରୁ ଓମିକ୍ରନ ତୀବ୍ର ବେଗରେ ସଂକ୍ରମିତ କରୁଛି କିନ୍ତୁ ସଂକ୍ରମିତଙ୍କୁ ଗୁରୁତର କରୁଥିବା ଆଶଙ୍କା କମ ରହିଛି । ଯାହାକି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ବଡ ଆଶ୍ବସ୍ତୀ ଦେଇଛି ।

   Related Posts