ବାଲିଗୁଡା ସବଡିଭିଜିନାଲ ଡାକ୍ତରଖାନାର ମହିଳା ଆଟେଣ୍ଡାଟ୍ କରୁଛନ୍ତି ସୁଇପର କାମ
28/05/2019 at 4:50 PM

ବାଲିଗୁଡା ୨୮|୫: ବାଲିଗୁଡା ସବଡିଭିଜିନାଲ ଡାକ୍ତରଖାନାରୁ ଆସିଛି ସଂଗୀନ ଅଭିଯୋଗ । ଏଠି ମହିଳା ଆଟେଣ୍ଡାଟ୍ କରୁଛନ୍ତି ସୁଇପର କାମ । ହସ୍ପିଟାଲ କର୍ତ୍ତୃପକ୍ଷ ଚଟାଣ ଓ କାନ୍ଥକୁ ଫିନାଇଲ ପକାଇ ସଫା କରିବା ସହ ଅଳିଆ ଆବର୍ଜନା ସଫା କରିବାକୁ ବାଧ୍ୟ କରୁଥିବା କହିଛନ୍ତି ମହିଳା ଆଟେଣ୍ଡାଣ୍ଟ ।

ଏହା ତାଙ୍କ କାମ ନୁହେଁ ସୁଇପରଙ୍କ କାମ ବୋଲି ଯେତେ କହିଲେ ବି କେହି ଶୁଣୁନାହାଁନ୍ତି । ଗାଳି ଗୁଲଜ ଶୁଣି ଚାକିରୀ ଚାଲିଯିବା ଭୟରେ ସେମାନେ ଏ କାମ କରିବାକୁ ବାଧ୍ୟ ହେଉଛନ୍ତି । ଏ ଅଭିଯୋଗ ନେଇ ନ୍ୟୁଜ ୭ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା, ସେ ଘଟଣା ସମ୍ପର୍କରେ କିଛି ଜାଣି ନାହାଁନ୍ତି,ତଦନ୍ତରେ ପରେ ସତ ଜଣାପଡିବ ବୋଲି କହିଛନ୍ତି ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023