ଚିକିତ୍ସା ନଦେଇ ଫେରାଇଦେଲେ ଡାକ୍ତର, ରାସ୍ତା କଡ଼ରେ ଝିଅକୁ ଧରି ବସିଛି ମାଆ

Published By : Prameya-News7 Bureau | June 04, 2022 IST

ଭଦ୍ରକ, ୦୪/୦୬: ଏମିତି ଆମ ଚିକିତ୍ସା ବ୍ୟବସ୍ଥା । ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ । କିନ୍ତୁ ଏମିତି ରୋଗର ଚିକିତ୍ସା ନାହିଁ କହି ମେଡିକାଲରୁ ବାହାର କରିଦେଲେ ଡାକ୍ତର । ଶେଷରେ ମେଡିକାଲ ସମ୍ମୁଖରେ ଥିବା ଗଛ ମୂଳେ ଝିଅକୁ ଧରି ବସିଛନ୍ତି ମା ଓ ଜଣେ ସମ୍ପର୍କୀୟ ।

ସୂଚନାଯୋଗ୍ୟ ଯେ ଭଦ୍ରକ  ଜିଲ୍ଲା ଅସୁରାଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର  ସମ୍ମୁଖରେ ଏମିତି ଦୃଶ୍ୟ ଦେଖିବା ପାଇଁ ମିଳିଛି । ବୈୟାଂଡ଼ିହି ଅଞ୍ଚଳର ଜନୈକ ମହିଳା ନିଜ ଝିଅକୁ ନେଇ ସ୍କୁଲର ଷ୍ଟାଇପେଣ୍ଡ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କରେ ଥିବା ବେଳେ ଝିଅର ବାତ ରୋଗ ବାହାରିଥିଲା । ସ୍ଥାନୀୟ ଲୋକେ ଝିଅକୁ ଆଣି ମେଡିକାଲରେ ଛାଡିଥିଲେ । ଡାକ୍ତର ଦେଖିବା ପରେ ଝିଅର ଚିକିତ୍ସା ସୁବିଧା ନାହିଁ ବୋଲି କହିବା ସହିତ ତାଙ୍କୁ ମେଡିକାଲ ପରିସରୁ ବାହାର କରିଦେଇଥିବା କହିଛନ୍ତି ରୋଗୀଙ୍କ ମା ଓ ସମ୍ପର୍କୀୟ ।

ତେବେ ସେଠାରୁ ବାହାରି ଝିଅର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଗଛ ମୂଳରେ ଧରି ବସିଥିଲେ ମାଆ । ମା-ଝିଅର ଦୁଇ ହାତକୁ ଧରିଥିବା ବେଳେ ଅନ୍ୟ ଜଣେ ସମ୍ପର୍କୀୟ ଗୋଡ ଧରି ବସିଥିଲେ । ପରେ ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବା ପାଇଁ ମିଳିଥିଲା । ୧୦୮ ସହ ଯୋଗାଯୋଗ କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଦାୟିତ୍ୱରେ ଥିବା ଡାକ୍ତର କହିଛନ୍ତି ଯେ ସେ ଆୟୁଷ ଡାକ୍ତର ହୋଇଥିବାରୁ ତାଙ୍କୁ ସେ ରେଫର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.