ଓ୍ୱାଶିଂଟନ, ୨୧|୦୨: ଜଣେ କରୋନା ସଂକ୍ରମିତ ମହିଳାଙ୍କୁ ଯାଞ୍ଚ ଓ ଟ୍ରିଟମେଣ୍ଟ୍ ପାଇଁ ହସ୍ପିଟାଲ ପକ୍ଷରୁ ୨୬ ଲକ୍ଷ ୪୧ ହଜାର ଟଙ୍କାର ବିଲ କରାଯାଇଛି। ଫେବ୍ରୁଆରୀ ଶେଷରେ ଡେନୀ ଆସ୍କିନୀନାମକ ଜଣେ ମହିଳା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରି ଆମେରିକା ବୋଷ୍ଟନର ଏକ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ଆସ୍କିନୀଙ୍କୁ ଥଣ୍ଡା ଜର ହେବା ସହ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥିଲା। କୌଣସି ମେଡିସିନ ପାଇଁ ଏପରି ହୋଇଥିବା ପ୍ରଥମେ ଡାକ୍ତରମାନେ ଭାବିଥିଲେ। ପରେ ତାଙ୍କୁ ଏମରଜେନ୍ସୀକୁ ପଠାଯାଇଥିଲା।
{"id":241994,"width":746,"height":497,"sizeSlug":"large"}ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆସ୍କିନୀ ନିମୋନିଆରେ ପୀଡିତ ଥିବା ଜାଣିବାକୁ ମିଳିଥିଲା। କିନ୍ତୁ କିଛିଦିନ ଧରି ତାଙ୍କ ଶରୀରର ତାପମାତ୍ରା କମି ନଥିଲା। ସପ୍ତମ ଦିନରେ ତାଙ୍କର କରୋନା ଟେଷ୍ଟ କରିବା ପରେ ସେ ସଂକ୍ରମିତ ଥିବା ଜାଣିବାକୁ ପାଇଥିଲେ। ସୁସ୍ଥ ହେବା ପାଇଁ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା।
ମେଡିକାଲ ପକ୍ଷରୁ ମହିଳାଙ୍କୁ ଚିକିତ୍ସା ପାଇଁ ୨୬ ଲକ୍ଷ ୪୧ ହଜାର ଟଙ୍କା ବିଲ ଦିଆଯାଇଛି। ସେ ବିଲ ଦେଖି ହଇରାଣ ହୋଇଯାଇଥିବା କହିଛନ୍ତି। ଏତେ ଟଙ୍କା ଦେବାକୁ ସେ ଅସମର୍ଥ ବୋଲି ଆସ୍କିନୀ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଆମେରିକାର ୨ କୋଟି ୭୦ ଲକ୍ଷ ଲୋକଙ୍କ ପାଖରେ ହେଲଥ୍ ଇନସ୍ୟୁରାନ୍ସ ନାହିଁ। ଆମେରିକା ସରକାର କରୋନା ଯାଞ୍ଚ ଫ୍ରି ପାଇଁ ଘୋଷଣା କରିଥିଲେ ମଧ୍ୟ ଏତେ ଟଙ୍କାର ବିଲ ଆସିବା ତାଙ୍କୁ ଚକିତ କରିଛି।