suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଙ୍କୁ ହାତ ଯୋଡିଲେ , ହେଲେ ନିର୍ଦ୍ଦୟ ଡାକ୍ତର ଦେଲେନି ଆଇସିୟୁ, କ୍ୟାପିଟାଲ ହସ୍ପିଟାଲର ଜଣେ ମହିଳା ଠିକା କର୍ମଚାରୀଙ୍କ ଚାଲିଗଲା ଜୀବନ

10/07/2019 at 7:37 PM

ଭୁବନେଶ୍ବର୧୦|୭: କ୍ୟାପିଟାଲ ହସପିଟାଲ​ରେ ପାତର ଅନ୍ତର ଏବଂ ଉଚ୍ଚନିଚ୍ଚ ଭେଦଭାବ ସାମ୍ନାକୁ ଆସିଛି । ଘଟଣା ଟି ଥିଲା ଏମିତି । ଗତକାଲି ନିଜ ଆଟେଣ୍ଡାଣ୍ଟ କର୍ମଚାରୀଙ୍କୁ ବି ଆଇସିୟୁ ଦେବାକୁ ମନା କରିଦେଲେ ହସପିଟାଲ କର୍ତୁପକ୍ଷ । ରେ।ଗୀ ନିଜେ ହାତଯେ।ଡ଼ି ଜୀବନ ବଞ୍ଚାଇବାକୁ ଭିକ୍ଷା ମାଗିଲେ ଡ଼ାକ୍ତରଙ୍କୁ । କିନ୍ତୁ ଡ଼ାକ୍ତର କହିଲେ ଯାହିତାହି ଲେ।କଙ୍କୁ କଣ ଆଇସିୟୁ ଦେଇହେବ? ସେତେବେଳକୁ କିନ୍ତୁ ୫ଟି ବେଡ଼୍ ଖାଲିଥିଲା ଆଇସିୟୁ ଭିତରେ ।

ରୋଗୀଙ୍କ ମୃତ୍ୟୁ ପରେ ହସପିଟାଲର ଶହେରୁ ଅଧିକ ଆଟେଣ୍ଡାଣ୍ଟ ମୃତକଙ୍କ ଡ଼େଡ଼୍ ବଡ଼ି ରଖି କ୍ୟାପିଟାଲ ହସପିଟାଲ ଭିତରେ ଆନ୍ଦେ।ଳନ କରିଥିଲେ । ମୃତ ଆଟେଣ୍ଡାଣ୍ଟ ହେଉଛନ୍ତି ଅନୁପମା ନାୟକ । ସେପଟେ ୭ ଦିନ ଭିତ​ରେ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଲେ କ୍ୟାପିଟାଲ ହସପିଟାଲ ନିର୍ଦେଶକ ।

କ୍ୟାପିଟାଲ ହସପିଟାଲରେ ରେ।ଗୀ ମୃତ୍ୟୁକୁ ଉତ୍ତେଜନା । ମୃତ୍ୟୁ ହେ।ଇଥିବା ରେ।ଗୀ ହେଉଛନ୍ତି ଅନୁପମା ନାୟକ, ବୟସ ୪୯ । ଗଙ୍ଗନଗରରେ ତାଙ୍କ ଘର । ସେ କ୍ୟାପିଟାଲ ହସପିଟାଲରେ କଣ୍ଟ୍ରାକଚୁାଲ କର୍ମଚାରୀ ଭାବେ କାମ କରୁଥିଲେ । ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଗତକାଲି ରାତି ଗେ।ଟାଏ ବେଳେ ଭର୍ତି କରିଥିଲେ ପରିବାର ଲେ।କେ । ଭର୍ତୀ ହେବା ପରେ ଅନୁପମାଙ୍କ  ସିଓପିଡ଼ି, ଇସିଜି, ଆରବିଏସ ପରୀକ୍ଷା କରାଯାଇଥିଲା । ସ୍ଥିତି ଜଟିଳ ଜଣାପଡ଼ିବା ପରେ ଆଇସିୟୁ ଦରକାର ହେଲା । ରେ।ଗୀ ନିଜେ ଡ଼ାକ୍ତରଙ୍କୁ ହାତଯେ।ଡ଼ି ଅନୁରେ।ଧ କରିଥିଲେ ଜୀବନ ବଞ୍ଚାଇବାକୁ । କିନ୍ତୁ ଡ଼ାକ୍ତର ଶୁଣିଲେ ନାହିଁ ।

ଚିକିତ୍ସା ପାଇଁ କାକୁତିମିତି ହେଉଥିଲେ ଅନୁପମା । ପରିବାର ଏବଂ ସାଥୀ ଆଟେଣ୍ଡାଣ୍ଟ ମାନେ ଆଇସିୟୁ ପାଇଁ ଡ଼ାକ୍ତରଙ୍କୁ ଅନୁରେ।ଧ କରିଥିଲେ । କିନ୍ତୁ ଡ଼ାକ୍ତର କହିଲେ ଯାହିତାହି ରେ।ଗୀଙ୍କୁ ଆଇସିୟୁ ଦେଇହେବ ନାହିଁ । ଏହା ରିଜର୍ଭ ଅଛି । ସେତେବେଳକୁ କିନ୍ତୁ ୫ଟି ବେଡ଼୍ ଆଇସିୟୁ ରେ ଖାଲିଥିଲା ବେ।ଲି କହିଛନ୍ତି ସାଥୀ ଆଟେଣ୍ଡାଣ୍ଟ ମାନେ । ତାଙ୍କ ମୃତ୍ୟୁ ପରେ ଅନ୍ୟ ଦୁଇ ଜଣ ରେ।ଗୀଙ୍କୁ ଆଇସିୟୁ ରେ ରଖାଯାଇଥିଲା ବେ।ଲି ଅଭିଯେ।ଗ ଆଣିଛନ୍ତି ।  ତାଙ୍କ ଶବ ରଖି ତାଙ୍କ ସାଥୀ ଠିକା କର୍ମଚାରୀ ମାନେ ନିର୍ଦେଶକଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦେ।ଳନ କରିଥିଲେ ।

ନିଜ କର୍ମଚାରୀ ଅନୁପମାଙ୍କ ମୃତ୍ୟୁ ପରେ ନିର୍ଦେଶକ ଅଶେ।କ ପଟନାୟକ ପରିବାର ଏବଂ ଆନ୍ଦେ।ଳନକାରୀ ଆଟେଣ୍ଡାଣ୍ଟଙ୍କୁ ଶ୍ବାନ୍ତନା ଦେଇଛନ୍ତି । ହସପିଟାଲରେ ଶେ।କସଭା ପାଳନ କରିଛନ୍ତି । ୭ ଦିନ ଭିତରେ ଘଟଣାର ତଦନ୍ତ କରିବେ । ଯେଉଁ ଡ଼ାକ୍ତର ଚିକିତ୍ସାରେ ଅବହେଳା କରିଛନ୍ତି ତାଙ୍କ ବିରେ।ଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଯେଉଁ ଡ଼ାକ୍ତର ଆଇସିୟୁ ଏବଂ ଚିକିତ୍ସା ପାଇଁ ମନା କରିଥିଲେ ସେ ଅବସର ନେବା ପରେ ପୁଣି ତାଙ୍କୁ ଚୁକ୍ତିଭିତ୍ତିକ ଭାବେ ଆଇସିୟୁ ଇନଚାର୍ଜ ଭାବେ ରଖାଯାଇଛି । ତେଣୁ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶ୍ନ ଉଠୁଛି ।

୪ ବର୍ଷ ତଳେ ମଧ୍ୟ ଆଟେନାଣ୍ଟ ଡ଼ି ରାମଲୁ ଙ୍କ ଆଇସିୟୁରେ ଚିକିତ୍ସା ନମିଳିବରୁ ମୃତ୍ୟୁ ହେ।ଇଥିଲା । ସେତେବେଳେ ବି ଆନ୍ଦେ।ଳନ କରିଥିଲେ ସମସ୍ତେ । ନିଜ କର୍ମଚାରୀଙ୍କୁ ଚିକିତ୍ସା ଯେ।ଗାଇଦେବା ସହ ଅବହେଳା କରିଥିବା ଡ଼ାକ୍ତରଙ୍କ ବିରେ।ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି କହିଥିଲେ ସେତେବେଳର ନିର୍ଦେଶକ । କିନ୍ତୁ କିଛି ହେ।ଇନଥିଲା । ତେବେ ନିଜ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମନା କରୁଥିବା ବେଳେ ଅନ୍ୟ ରେ।ଗୀଙ୍କ ଅବସ୍ଥା କଣ ହେଉଥିବ ତାହା ସ୍ପଷ୍ଟ ଜଣାପଡ଼ୁଛି ।

   Related Posts