oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ଅଟକି ରହିଛି ଡାକ୍ତରଖାନା ନିର୍ମାଣ କାର୍ଯ୍ୟ!

24/08/2019 at 6:05 PM

 କେନ୍ଦ୍ରାପଡା୨୪।୮- ଠିକାସଂସ୍ଥାର ମନମୂଖୀ ଯୋଗୁଁ ଅଟକି ରହିଛି ଡାକ୍ତରଖାନା ନିର୍ମାଣ କାମ ।କେନ୍ଦ୍ରାପଡା ସହର ଉପକଣ୍ଠ ଶ୍ୟାମଗୁଡିଆଠାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମ।ଣ ହେଉଥିବା  ଡାକ୍ତରଖାନା ଏବେ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି । ଗୋଟେ ପଟେ ପାରିଶ୍ରମିକ ଦାବିରେ ଶ୍ରମିକମାନେ ଧର୍ମଘଟ ଚଳାଇଥିବା ବଳେ ଅନ୍ୟପଟେ ଠିକା କମ୍ପାନୀ କର୍ତୃପକ୍ଷ କିଛି ଜାଣି ନାହାନ୍ତି ବୋଲି କହୁଛନ୍ତି । 

ଅଧାରେ ଅଟକି ରହିଛି ଡାକ୍ତରଖାନା ନିର୍ମାଣ କାମ । ନିର୍ମାଣ ସାମଗ୍ରୀ ଓ ଯନ୍ତ୍ରପାତି ପଡି ପଡି ଖତ ଖାଉଛି। କେନ୍ଦ୍ରାପଡା ସହର ଉପକଣ୍ଠ ଶ୍ୟାମଗୁଡିଆଠାରେ ତିଆରି ଚାଲିଥିବା ‘ମାତୃ ଶିଶୁ ମଙ୍ଗଳ କେନ୍ଦ୍ର’ର ଏ ହେଉଚି ତାଜା ଚିତ୍ର । ତବେ କାମ ଅଟକି ରହିବା ପଛରେ ଥିବା କାରଣ ଟି ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବ । ଶ୍ରମିକଙ୍କ ପାଉଣା ଦେବାରେ ଅବହେଳା କାରଣରୁ  ବନ୍ଦ୍ ହୋଇ ପଡିଛି ନିର୍ମାଣ କାମ । ଭୁବନେଶ୍ବରର ଠିକାସଂସ୍ଥା  ଓଏଟିଏସକୁ ଯୋଗାଯୋଗ କରିବାରୁ ସେମାନେ ବି ବଡ ବିଚିତ୍ର ଉତ୍ତର ଦେଇଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ ମୂଳ ଠିକାସଂସ୍ଥା ମୁମ୍ବାଇର ଇପିଆଇଏଲ ଦୀର୍ଘ ୬ ମାସ ଧରି ତାଙ୍କ ବିଲ୍ ଅଟକ ରଖିଛି। ଫଳରେ ସେମାନେ ଶ୍ରମିକମାନଙ୍କୁ ମଜୁରୀ ଦେଇ ପାରୁ ନାହାନ୍ତି । ଅନ୍ୟପକ୍ଷରେ ଏଠାରେ ସୁରକ୍ଷା କର୍ମୀ ନିଯୁକ୍ତ କରିଥିବା ସିକ୍ୟୁରିଟି ଏଜେନ୍ସି ମଧ୍ୟ ସମାନ ଅଭିଯୋଗ ଆଣିଛି । 

୨୦୧୬ ଡିସେମ୍ବର ମାସରେ ୪ ଏକର ଜାଗା ଉପରେ ଏହି ଡାକ୍ତରଖାନା କାମ ଆରମ୍ଭ ହୋଇଥିଲା। ଏଥିପାଇଁ ୧୧୦ କୋଟି ଟଙ୍କା ବ୍ୟୟ ଅଟଳଳ କରାଯାଇଥିଲା । ୧୦୦ ବେଡ୍ ବିଶିଷ୍ଟ ଏହି ଡାକ୍ତରଖନା ର ନିର୍ମ।ଣ କାର୍ଯ୍ୟ ୨୦୧୮ ଡିସେମ୍ବର ମାସ ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କାମ ତ ବନ୍ଦ । ସେପଟେ ନିକଟରେ ଛାତରୁ ଗଳିପଡି ଗୁରୁତର ଆହତ ହୋଇଥିବା  ଜଣେ ଶ୍ରମିକର ଚିକିତ୍ସା କରିବାରେ ମଧ୍ୟ ହେଳା କରିଛନ୍ତି  ସମ୍ପୃକ୍ତ କମ୍ପାନୀ କର୍ତୃପକ୍ଷ । ମୂଳ ଠିକାସଂସ୍ଥା ଇପିଆଇଏଲର ଜଣେ ଅଧିକାରୀ କହିଛନ୍ତି ଏ ସମ୍ପର୍କରେ କମ୍ପାନୀର ଦିଲ୍ଲୀ କାର୍ଯ୍ୟାଳୟ ନିଷ୍ପତି ନେବେ ।  

ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦୁଇଟି ଠିକାସଂସ୍ଥା ମଧ୍ୟରେ ଦେଖା ଦେଇଥିବା ବିବାଦ ଯୋଗୁଁ ଏକ ବିରାଟ ପ୍ରକଳ୍ପ ଅଧପନ୍ତରିଆ ହୋଇପଡ଼ିଛି ।

   Related Posts