ଉଦ୍ୟାନ କୃଷି ବିଭାଗର ଦାୟିତ୍ବହୀନତା : ହୋଇପାରୁନି ନଡ଼ିଆ ଚାଷ

Published By : Prameya-News7 Bureau | February 22, 2020 IST

ଭଦ୍ରକ ୨୨/୨: କାହା ସ୍ବାର୍ଥରେ କାମ କରୁଛି ଉଦ୍ୟାନ କୃଷି ବିଭାଗ ?  ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ତାମ୍ପଳା ଗାଁରେ ହୋଇଥିବା ନଡିଆ ଚାଷକୁ ଦେଖିଲେ ଏ ପ୍ରଶ୍ନ ଉଠିବା ସ୍ବାଭାବିକ । ଏଠି ଚାଷୀଙ୍କୁ ଚାରା ଯୋଗାଇ ଦେଇ ଦାୟିତ୍ବ ଶେଷ କରିଦେଇଛି ବିଭାଗ । ଗଛ ମଲା କି ଗଲା ତାହା ତଦାରଖ କରିବାକୁ କେହି ନାହିଁ ।

{"id":227757,"sizeSlug":"large"}

ଏଠି ଗଛ ଲାଗିଛି କିନ୍ତୁ ଯତ୍ନ ନିଆଯାଉନି । ଫଳରେ ଅନେକ ଚାରା ସୁଖି ଗଲାଣି । ଇଏ ହେଉଛି ଭଦ୍ରକ ଜିଲ୍ଲା ଧାମନଗର ଉଦ୍ୟାନ କୃଷି ବିଭାଗର ଉଦ୍ୟାନ ପ୍ରୀତି । ଧାମନଗର ବ୍ଲକ ତାମ୍ପଳା ଗାଁର ୨୦ ଜଣ ଚାଷୀଙ୍କୁ ନଡିଆ ଚାଷ ପାଇଁ ପଲ୍ଲିସଭା ଓ ଗ୍ରାମସଭା ଅନୁମୋଦନ କ୍ରମେ ଚାରା ବଣ୍ଟନ କରିଛି ଉଦ୍ୟାନ କୃଷି ବିଭାଗ । ଏକରକୁ ୭୦ ଟି ଚାରା ହିସାବରେ ୧୦ ଏକରକୁ ୭୦୦ ଚାରା ମିଳିବା କଥା । କିନ୍ତୁ ମିଳିଛି ୧୫ ଶହ ଚାରା । ଯାହା ନଷ୍ଟ ହେବାକୁ ବସିଲାଣି । କାହଁକି ଏତେ ପରିମାଣର ଚାରା ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ ।

{"id":227758,"sizeSlug":"large"}

ନଡିଆ ଚାରା ରୋପଣ ପାଇଁ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବାଡ ବୁଜା ଓ ଗାତ ଖୋଳା କାମ କରାଯିବା କଥା । କିନ୍ତୁ ଏଠି ବାଡ ବୁଜା ସରିଛି । ଗାତ ମଧ୍ୟ ଖୋଳା ସରିଛି , କିନ୍ତୁ ଗଛ ଲାଗିନି । ଉଦ୍ୟାନ କୃଷି ବିଭାଗ ଅଧିକାରୀ କିନ୍ତୁ କହୁଛନ୍ତି ଅବହେଳା ହୋଇନି, ସବୁକିଛି ନିୟମ ଅନୁଯାୟୀ କରାଯାଇଛି ।

{"id":227759,"sizeSlug":"large"}

ଉଦ୍ୟାନ କୃଷି ବିଭାଗ କେବଳ ଚାରା ଦେଇ କାମ ସାରି ଦେଇଛି। ରକ୍ଷଣାବେକ୍ଷଣ କି ଅନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ତଦାରଖ କରୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.