ଘୋଡା ଖାଉଛି ଡ୍ରାଏଫ୍ରୁଟ୍ସ, ନିୟମିତ ପିଉଛି ୪ ଲିଟର କ୍ଷୀର: ଦାମ୍ ଜାଣିଲେ ଉଡିଯିବ ହୋସ୍

Published By : Prameya-News7 Bureau | December 04, 2023 IST

ବିହାର ୦୪/୧୨: ବିହାର ସାରଣ ଜିଲ୍ଲାରେ ଲାଗିଛି ଏସିଆର ସର୍ବବୃହତ ପଶୁ ମେଳା । ଯେଉଁଠିକି ଆସିଛନ୍ତି ଅନେକ ପ୍ରକାରର ପଶୁ । ଭଳିକି ଭଳି ପଶୁଙ୍କ ମେଳା ଲାଗିଛି ଏଠାରେ । ତେବେ ଏହି ମେଳାରେ ଆକର୍ଷଣଙ୍କ କେନ୍ଦ୍ରବିନ୍ଦୁ ପାଲଟିଛି ୧୦ ଲକ୍ଷର ଘୋଡା । ଖାଲି ସେତିକି ନୁହେଁ ଏହି ଘୋଡାର ଦାମ୍ ରହିଛି ୧୦ ଲକ୍ଷ ।

ଘୋଡା ମାଲିକଙ୍କ କହିବା କଥା ଘୋଡା ପାଳନ ସବୁ ଲୋକଙ୍କ ପକ୍ଷେ ସମ୍ଭବ ନଥାଏ । କିଛି ଲୋକ ସଉକ ପାଇଁ ପାଳିଥାନ୍ତି ଘୋଡା । ଆଉ କିଛି ବେପାର ପାଇଁ ରଖିଥାନ୍ତି ଘୋଡା । ତେବେ ମାର୍କେଟକୁ ଆସିଥିବା ଘୋଡାର ରହିଛି ଅନେକ ଖାସିୟତ ।

ଘୋଡାର ଖାସିୟତ ହେଉଛି ଏମିତି ସେମିତି ଘୋଡା ନୁହେଁ । କି ସାଧାରଣ ଖାଦ୍ୟ ବି ଖାଏନି । ଘୋଡାର ନିୟମିତ ଖାଦ୍ୟ ହେଉଛି କାଜୁ, କିସ୍‌ମିସ୍ ସହ ଡ୍ରାଏ ଫ୍ରୁଟ୍ସ । ଖାଲି ସେତିକି ନୁହେଁ ସାଙ୍ଗେ ସାଙ୍ଗେ ୪ ଲିଟର କ୍ଷୀର ବି ପିଏ । ଖାସ୍ ସେଥିପାଇଁ ଏହାର ଦାମ୍ ଅଧିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.