ଶୁକ୍ରବାର ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭ ଖବର- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | February 06, 2020 IST

ମେଷ – ମିଳିଥିବା ସୁଯୋଗର ଯଥାର୍ଥ ଉପଯୋଗ କରି ଲାଭବାନ୍ ହେବେ । କର୍ମ କୁଶଳତା ପ୍ରକାଶ ପାଇବ । ଦୁଶ୍ଚିନ୍ତା ଦୂର ହେବ । ବିଭିନ୍ନ ଦିଗରୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି । ଧନାଗମର ସୂଚନା ମିଳୁଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।


ବୃଷ – ନିର୍ଭରଶୀଳ ନ ହୋଇ ନିଜର ଚିନ୍ତାଧାରା ପ୍ରୟୋଗ କରି କାର୍ଯ୍ୟ କରିବେ । ଧର୍ମ-କର୍ମ ସଂପାଦନ କରିପାରନ୍ତି । ଧନବାନ୍ ଓ ଅପରା ଗୁଣର ଅଧିକାରୀ ହେବେ । ବଳିଷ୍ଠ ଓ ରୂପବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।


ମିଥୁନ - ଦିନଟି ଶୁଭଙ୍କର ହେବ । ବେଳେବେଳେ ନିଜକୁ ଅସହାୟ ମନେ କରିପାରନ୍ତି । ଖର୍ଚ୍ଚ ପରିମାଣ ଅତ୍ୟଧିକ ବୃଦ୍ଧି ପାଇବ । ଅସୁସ୍ଥତାରୁ ଆରୋଗ୍ୟ ହେବେ । ମଧୁର ବଚନ କହି ପରକୁ ଆପଣାର କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।


କର୍କଟ – ମୂଲ୍ୟବାନ୍ ଦ୍ରବ୍ୟ ଲାଭ କରିବେ । ରୁଚିକର ଭୋଜନରେ ତୃପ୍ତି ଲାଭ କରିବେ । କାର୍ଯ୍ୟରେ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଲୋକମାନଙ୍କ ନେତୃତ୍ୱ ନେଇପାରନ୍ତି । ବ୍ୟବସାୟରୁ କ୍ଷତି ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।


ସିଂହ – କାର୍ଯ୍ୟ ଯେତେ କଷ୍ଟଦାୟକ ହେଲେ ବି ତାକୁ ସମ୍ପାଦନ କରିବାରେ ସିଦ୍ଧହସ୍ତ ହେବେ । ଶାନ୍ତି-ସନ୍ତୋଷ ଓ ପରିଶ୍ରମର ଫଳ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦେବ ଦର୍ଶନ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।


କନ୍ୟା – ବ୍ୟବହାରିକ ଯାନ କ୍ରୟ କରିପାରନ୍ତି । ଭୋଗ-ବିଳାସ ଏବଂ ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି । ଯାନବାହନ ସୁଖ ମିଳିବ । କ୍ଷମତାଶାଳୀ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।


ତୁଳା – କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ । ବାଧାବିଘ୍ନ ଉପୁଜିପାରେ । ନିଅଣ୍ଟିଆ ପରିସ୍ଥିତି ଦେଖା ଦେବ । ସ୍ୱାଭିମାନୀ ହେବେ । କାହାକୁ ହାତ ପତେଇବେ ନାହିଁ । କେବଳ ଯୁଗ୍ମ ବ୍ୟବସାୟ ଲାଭଯୁକ୍ତ ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।


ବିଛା – ଅସାଧ୍ୟକୁ ସାଧନ କରିବାର କଳା ଆପଣଙ୍କ ଠାରେ ଅଛି । ବହୁ ମିତ୍ରଙ୍କ ସାହାର୍ଯ୍ୟ ସହ ଯୋଗ ମିଳିବ । ମନରେ ଆନନ୍ଦ-ଉଲ୍ଲାସ ଭରି ରହିବ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁସ୍ଥ ଓ ସମ୍ମାନିତ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।


ଧନୁ – କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ରୋଧ ସମ୍ବରଣ କରି ବହୁ ଶୁଭଫଳର ଆଶା କରିବେ । ମନରେ ସରସତା ଆସିବ । ଚିନ୍ତାଧାରା ଉନ୍ନତମାନର ହେବ । ନିଜେ ଚଳାଇଥିବା କାର୍ଯ୍ୟରେ ସନ୍ତୁଷ୍ଟ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।


ମକର – କାର୍ଯ୍ୟକୁ ନିଜ ଆୟତ୍ତକୁ ଆଣିପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରିପାରେ । ପ୍ରୀତି ଭୋଜନ ମିଳିପାରେ । ଭାଗ୍ୟୋନ୍ନତିର ସମୟ ଉପସ୍ଥିତ ହୋଇଛି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।


କୁମ୍ଭ - ଶତ୍ରୁ ବୃଦ୍ଧି ଘଟିପାରେ । ବିଭିନ୍ନ ସ୍ତରରୁ ସହ ଯୋଗ ପାଇପାରନ୍ତି । ମୂଲ୍ୟବାନ ଦ୍ରବ୍ୟ ପାଇ ସନ୍ତୁଷ୍ଟ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।


ମୀନ - ହାତକୁ ନେଇଥିବା କାର୍ଯ୍ୟ ଉତ୍ସାହପ୍ରଦ ହେବ । ଧନଲାଭର ସୂଚନା ମିଳୁଛି । ଦ୍ରବ୍ୟଲାଭ ହୋଇପାରେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.