ସାମ୍ନାକୁ ଆସିଲା ଭୂତିଆ କଣ୍ଢେଇର ଫଟୋ, ଚେନ୍‌ରେ କଣ୍ଢେଇକୁ କରାଯାଇଛି ବନ୍ଦୀ

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ ୨୯।୧୧; ସାଧାରଣତଃ ଲୋକମାନେ ଭୂତପ୍ରେତ ଘଟଣାରେ ବିଶ୍ବାସ କରନ୍ତିନି । କିଛି ଏହାକୁ ଗୁଜବ ବୋଲି କହିଥାନ୍ତି ଏବଂ ଆଉ କିଛି ଭୂତପ୍ରେତରେ ବିଶ୍ୱାସ କରନ୍ତି । ବର୍ତ୍ତମାନ ଏହିପରି ଏକ ଘଟଣା ଖୁବ୍‌ ଚର୍ଚ୍ଚାରେ । ଯାହା ଲୋକଙ୍କୁ ଚକିତ କରିଛି । ଏବେ ଏପରି ଏକ କଣ୍ଢେଇ ସାମ୍ନାକୁ ଆସିଛି ଯିଏକି ଖୁବ୍‌ ଭୟାନକ ।

{"id":876228,"width":840,"height":631,"sizeSlug":"full","linkDestination":"none"}

ଏହି କଣ୍ଢେଇଟି ଆଖି ମିଟିମିଟି କରୁଛି । ଏମିତିକି ମୁହଁ ହଲାଉଛି । ଯାହାକୁ ଦେଖି ଡରି ଯାଇଛନ୍ତି କଣ୍ଢେଇକୁ ରଖିଥିବା ପରିବାର । ବାସ୍ତବରେ ଲିଭରପୁଲର ଜଣେ ବ୍ୟକ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୁଗରୁ ଏକ କଣ୍ଢେଇକୁ ଘରକୁ ଆଣିଥିଲେ । କିନ୍ତୁ ସେ ଜାଣି ନଥିଲେ ଯେ ସେହି କଣ୍ଢେଇଟି କେତେ ଭୟାନକ ? କଣ୍ଢେଇଟି ଆଖି ମିଟିମିଟି କରିବା ଏବଂ ମୁହଁ ହଲେଇବା ପରେ ତାଙ୍କୁ ନିଜ ଠାରୁ ଅଲଗା କରିଦେଇଛନ୍ତି ପରିବାର ।

{"id":876229,"sizeSlug":"full","linkDestination":"none"}

କଣ୍ଢେଇକୁ ଘରକୁ ଆଣିଥିବା ବ୍ୟକ୍ତିଙ୍କର ନାଁ ହେଉଛି ମାଇକେଲ ଡାଇମଣ୍ଡ । ରିପୋର୍ଟ ଅନୁଯାୟୀ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ଶିବିରର ଜଣେ ପୂର୍ବତନ କଏଦୀ ତାଙ୍କୁ ଏହି 'ଭୂତିଆ' କଣ୍ଢେଇ ଦେଇଥିଲେ । ତେବେ ମାଇକେଲ୍‌ କଣ୍ଢେଇଟିକୁ ଘରକୁ ଆଣିବା ପରେ ଘରେ ହୋଇଥିଲା ଅଜବ ଘଟଣା । ଏଥିପାଇଁ ମାଇକେଲ ଏହି ଡଲ୍‌କୁ 'ଭୂତିଆ' ଡ ବୋଲି କହିଥିଲେ ।  ଏହି କଣ୍ଢେଇର ନାଁ ମିଷ୍ଟର ଫ୍ରିଜ୍‌ ରଖାଯାଇଛି । 

{"id":876230,"width":841,"height":445,"sizeSlug":"full","linkDestination":"none"}

ମାଇକେଲ ତାଙ୍କ ଘରେ ଘଟିଥିବା ରହସ୍ୟମୟ ଘଟଣା ବିଷୟରେ କହିଛନ୍ତି । ସେ କହିଛନ୍ତି କି ସେ କଣ୍ଢେଇ ଉପରେ ନଜର ରଖିବା ପାଇଁ କଣ୍ଢେଇ ଆଗରେ ଲଗାଇଥିଲେ କ୍ୟାମେରା । ଆଉ ଜାଣିବାକୁ ଚାହିଁଥିଲେ କି କଣ୍ଢେଇଟି ବାସ୍ତବରେ ଭୂତିଆ କି ନୁହେଁ । କିନ୍ତୁ କ୍ୟାମେରାରେ ସେ ଯାହା ଦେଖିଥିଲେ ସେଥିରେ ତାଙ୍କର ରୁମ ଟାଙ୍କୁରି ଯାଇଥିଲା ।  ମାଇକେଲ ଦେଖିଥିଲେ ଯେ ଆଲମିରାରେ ବନ୍ଦ ଥିବା କଣ୍ଢେଇଟିର କବାଟ ଆପେ ଆପେ ଖୋଲିଥିଲା ।

{"id":876232,"sizeSlug":"large","linkDestination":"none"}

କେବଳ ଏତିକି ନୁହେଁ, କଣ୍ଢେଇଟିର ମୁହଁ ମଧ୍ୟ ହଲିବାକୁ ଲାଗିଥିଲା ଏବଂ ତାର ଆଖି ମଣିଷଙ୍କ ପରି ମିଟମିଟ ହେଉଥିଲା ।   ଯାହା ଖୁବ୍‌ ଆଶ୍ଚର୍ଯ୍ୟଜନକ ଥିଲା । ମାଇକେଲ ଆହୁରି ମଧ୍ୟ କହିଛନ୍ତି କି, 'ଯେତେବେଳେ ସେ ପ୍ରଥମ ଥର କ୍ୟାମେରାରେ ଭିଡିଓ ଦେଖିଥିଲେ ସେତେବେଳେ ତାଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା । ଏଥିପାଇଁ ସେ ବାରମ୍ବାର ସେହି ଭିଡିଓକୁ ଦେଖିଥିଲେ । ଆଉ ଭିଡିଓ ଦେଖିବାର ପ୍ରତ୍ୟକଥର ସେ ଦେଖିଥିଲେ କଣ୍ଢେଇ ଥିବା ଆଲମିରାର କବାଟ ଆପେ ଆପେ ଖୋଲିବା ଆଉ ଆଖି ମିଟିମିଟି କରିବା ।

{"id":876234,"sizeSlug":"large","linkDestination":"none"}

 ତେବେ ମାଇକେଲ୍‌ କହିଛନ୍ତି କି ସେ କଣ୍ଢେଇକୁ ଭୟ କରୁନାହାନ୍ତି । କିନ୍ତୁ ଏହାଠାରୁ ସତର୍କ ରହୁଛନ୍ତି । ଖବର ଅନୁଯାୟୀ, ମାଇକେଲ ଏବଂ ତାଙ୍କ ପରିବାର ବର୍ତ୍ତମାନ ସେମାନଙ୍କ ଘରୁ 'ଭୂତିଆ' କଣ୍ଢେଇକୁ ହଟାଇ ଦେଇଛନ୍ତି । କଣ୍ଢେଇକୁ ଏକ ଆଲମାରୀରେ ବନ୍ଦ କରି ଏହାର କବାଟକୁ ଏକ ଲୁହା ଚେନ୍ ଏବଂ ତାଲାରେ ବନ୍ଦ କରି ଦିଆଯାଇଛି । ଏହାବ୍ୟତୀତ ଏହି କଣ୍ଢେଇଟିକୁ ଘୋଡାଇ ଦିଆଯାଇଛି ।  

You Can Read:

wp:embed {"url":"https://www.prameyanews7.com/world-rare-akhal-teke-turkmen-horse-breed-people-called-him-golden-horse/","type":"wp-embed","providerNameSlug":"prameya-news-7"}
https://www.prameyanews7.com/world-rare-akhal-teke-turkmen-horse-breed-people-called-him-golden-horse/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.