ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ବସ୍, ୩୦ଜଣ ମୃତ

8/02/2023 at 8:00 AM

ପେଶାଓ୍ବାର: ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପେରଶାଓ୍ବାରରେ ଏହି ଭୀଷଣ ଦୁର୍ଘଟଣା ଘଟିଛି । ଏଥିରେ ପ୍ରାୟ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ଅଧିକାଂଶ ଲୋକ ଆହତ ହୋଇଛନ୍ତି । ପୋଲିସ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି ।

ପୋଲିସର ସୂଚନା ମୁତାବକ, ମଙ୍ଗଳବାର ଉତ୍ତର-ପଶ୍ଚିମ ପାକିସ୍ତାନ ପେଶାଓ୍ବାରରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଗିଲ୍‌ଗିଟ୍-ବାଲଟିସ୍ତାନ ଅଞ୍ଚଳର ଶତିୟାଲ ଚୌକ୍ ନିକଟରେ ଏକ କାର୍ ବସ୍‌କୁ ଧକ୍କା ଦେବା ପରେ ବସ୍‌ଟି ଖାଇକୁ ଖସିପଡ଼ିଥିଲା । ଫଳରେ ଏଥିରେ ୩୦ଜଣଙ୍କ ମୃତ୍ୟୁ ହୋଇଛି । ସେହିପରେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଶତିୟାଲ ପୋଲିସ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗିଲ୍‌ଗିଟ୍‌ରୁ ଦ୍ରୁତ ଗତିରେ ରାଓଲପିଣ୍ଡିରେ ଆସୁଥିବା ଏକ ବସ୍ କାରକୁ ଧକ୍କା ଦେଇଥିଲା । ପରେ ଉଭୟ ବସ୍ ଓ କାର୍ ଏକ ଗଭୀର ଖାଇକୁ ଖସିପଡ଼ିଥିଲେ । ଫଳରେ ୩୦ଜଣଙ୍କ ମୃତ୍ୟୁ ହୋଇଛି ।  ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କୁ ଆଶୁ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।   

   Related Posts