ମିରଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବୋଲେରୋକୁ ପିଟିଲା ବସ୍, ୫ ମୃତ
21/11/2023 at 3:07 PM

ଚିତ୍ରକୂଟ: ଝାନ୍ସି ମିରଜାପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ଦିନ ପ୍ରାୟ ୧୨ଟା ସମୟରେ ରୈପୁରା ଥାନା ବଗରେହିର ଲାଲପୁର ନିକଟରେ ଏହି ଦୁର୍ଘଟଣା ହୋଇଛି । ରାଜ୍ୟ ପରିବାହନ ବିଭାଗର ଜନରଥ ବସ୍ ସହିତ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ 5ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ପ୍ରୟାଗରାଜ ହସ୍ପିଟାଲକୁ ରେଫର କରିଦିଆଯାଇଛି । ମୃତକଙ୍କ ଏପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ ।
ସୂଚନା ଅନୁଯାୟୀ, ବନ୍ଦାରୁ ଅଯୋଧ୍ୟା ଯାଉଥିବା ଜନରଥ ବସ୍ ମଙ୍ଗଳବାର ପୂର୍ବାହ୍ଣ ୧୧ଟାରେ ଚିତ୍ରକୂଟ ପାଇଁ ଯାତ୍ରା ଆରମ୍ଭ କରିଥିଲା । ତେବେ ରୈପୁରା ଥାନାର ବଗରେହି ଗାଁ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବୋଲେରୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋ ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ବୋଲେରୋଟି ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ବୋଲେରୋ ମଧ୍ୟ ସାମିଲ୍ ରହିଛନ୍ତି ।
ଅନ୍ୟପଟେ ବସ୍ ବସିଥିଲା ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଖବର ମିଳବା ପରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଆହତକୁ ହସ୍ପିଟାଲରେ ପହଞ୍ଚିବା ସୁବିଧା କରାଇଥିଲେ ।