ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ପାଞ୍ଚରୁ ଉର୍ଦ୍ଧ୍ୱ ମୋଟରସାଇକେଲ

Published By : Prameya-News7 Bureau | February 27, 2024 IST

କାମାକ୍ଷାନଗର: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ଜବତ ହୋଇଥିବା ପାଞ୍ଚରୁ ଅଧିକ ମୋଟରସାଇକେଲ। ଘଟଣା ଘଟିଛି କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସର।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ, କୁହାଯାଉଛି ପ୍ରଥମେ କାର୍ଯ୍ୟାଳୟର ପଛପଟେ ନିଆଁ ଲାଗିଥିଲା। ଆଉ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଚାହୁଁ ଚାହୁଁ ନିଆଁ ପାଖରେ ଥିବା ମୋଟର ସାଇକେଲ ଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେବି ପାଞ୍ଚରୁ ଉର୍ଦ୍ଧ୍ୱ ମୋଟର ସାଇକେଲ ପୋଡ଼ିଯାଇଥିଲା।

ଆହୁରି ପଢ଼ନ୍ତୁ: ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ଟଙ୍କା ପାଇଁ ହୋଇଥିଲେ ଅପହରଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.