ମେଷ– ଆଗକୁବଢିବା ଲାଗି ସୁଯୋଗ ମିଳିବ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପାଠପଢାରେ ପିଲାମାନେ ଧ୍ୟାନ ଦେବେ ନାହିଁ। ଶୁଭ ରଙ୍ଗ କ୍ରୀମ। ଶୁଭ ଅଙ୍କ ୩।
ବୃଷ – ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ୱପୂର୍ଣ୍ଣ ବୈଠକ ହେବ। ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବଢିବ। ମହିଳାମାନଙ୍କ ସାହାର୍ଯ୍ୟ ପାଇ ଉନ୍ନତି କରିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୫।
ମିଥୁନ - ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ପ୍ରେମରେ ସଫଳତା ମିଳିବ। ସହଯୋଗୀ ବ୍ୟବସାୟ ଲାଭଜନକ ହୋଇପାରେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୧।
କର୍କଟ – ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ସମାଜରେ ମାନ ସମ୍ମାନ ବଢିବ। ଆପଣ କୌଣସି ନୂଆ କାମ କରିବା ଲାଗି ଭାବିବେ। ମହିଳାମାନଙ୍କ ପାଇଁ ସୌଭାଗ୍ୟର ଦିନ ରହିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୮।
ସିଂହ – ଆପଣଙ୍କ ମନ ପ୍ରସନ୍ନ ରହିବ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ। ନୂଆ ବାଣିଜ୍ୟ ବ୍ୟବସାୟ ଆପଣଙ୍କୁ ଲାଭ ଦେବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭।
କନ୍ୟା – ନୂଆ ସମ୍ବନ୍ଧରୁ ଆପଣଙ୍କୁ ଲାଭ ମିଳିପାରେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଛାତ୍ରଙ୍କୁ କୌଣସି ପରିଯୋଜନାରେ ସଫଳତା ମିଳିବ। ପିଲାମାନେ ପାଠପଢା ପାଇଁ ଦୂର ଯାତ୍ରା କରିବେ। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୩।
ତୁଳା – ନିଜ କାମରେ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ। ନିଜେ କଥା କହିବା ବେଳେ ଅନ୍ୟର କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ବେପାର ବିଷୟରେ ଆପଣଙ୍କ ମନରେ ନୂଆ ବିଚାର ଆସିବ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୧।
ବିଛା – ନିଜର ଶକ୍ତିକୁ ଭଲ କାମରେ ନିୟୋଜିତ କରିବେ। ଚାକିରିଆଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ପ୍ରେମରେ ବିଫଳ ହୋଇପାରନ୍ତି। ପାରିବାରିକ ଜୀବନ ସୁଖ ମୟ ରହିବ। ଶୁଭ ରଙ୍ଗ ଗୋଲାପୀ। ଶୁଭ ଅଙ୍କ ୯।
ଧନୁ –ଦିନଟି ବଢିଆ ରହିବ। କୌଣସି କଥାକୁ ନେଇ ଖୁସି ହୋଇପାରନ୍ତି। କାମ ସମ୍ବନ୍ଧରେ କିଛି ଲୋକ ଆପଣଙ୍କୁ ପରାମର୍ଶ ମାଗିପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ। ମହିଳାମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୪।
ମକର – ଭାଗ୍ୟର ସହଯୋଗ ମିଳିବା ହେତୁ ସବୁ ଅନୁକୂଳ ହେବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢିବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ। ପିଲାମାନେ କ୍ରୀଡା କ୍ଷେତ୍ରରେ ମନ ବଳାଇବେ। ଶୁଭ ରଙ୍ଗ ଗାଢ ଧଳା । ଶୁଭ ଅଙ୍କ ୩।
କୁମ୍ଭ - ପରିବାର କାମରେ ବ୍ୟସ୍ତ ରହିବେ। ଛୋଟ ଛୋଟ କଥାରେ କ୍ରୋଧ ପାଇଁ କ୍ଷତି ହୋଇପାରେ। ନେଣଦେଣରେ ବଡଙ୍କ ସମ୍ମତି ଲାଭପ୍ରଦ ରହିବ। ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଶୁଭ ରଙ୍ଗ ଆକାଶୀ ନୀଳ । ଶୁଭ ଅଙ୍କ ୭।
ମୀନ - ଆପଣଙ୍କର ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ। ସମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ନୂଆ ଲୋକଙ୍କ ସହିତ ଶିଷ୍ଟାଚାରରେ ରହନ୍ତୁ। ବ୍ୟବସାୟରେ ଦୂର ଯାତ୍ରା କରି ସଫଳ ହେବେ। ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୮।
ରାଷ୍ଟ୍ରପତି ଭାବେ ମିଳେ କେଉଁ ସୁବିଧା? କେତେ ମିଳେ ଦର...