ରାଶିଫଳ-କେମିତି କଟିବ ବୁଧବାର

Published By : Prameya-News7 Bureau | October 01, 2019 IST

ମେଷ – ଆପଣ ଉତ୍ସାହରେ ଭରି ରହିବେ। ଚାକିରିଆଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ବେପାରୀଙ୍କୁ ଧନ ଲାଭ ହେବ। ସଂପର୍କିୟଙ୍କ ସହ ମିଶିବାର ଯୋଗ ରହିଛି। ସନ୍ତାନ ସୁଖ ନ ପାଇବାରୁ ଚିନ୍ତିତ ହୋଇପାରନ୍ତି। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୬।
ବୃଷ – ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣ କୌଶଳ ପ୍ରସ୍ତୁତ କରିବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ଅଫିସରେ ନୂଆ ପରିଯୋଜନାର ଦାୟିତ୍ୱ ପାଇବେ। ବିବାହ ପ୍ରସ୍ତାବ ଆସିବ। ଶୁଭ ରଙ୍ଗ ନାରଙ୍ଗୀ। ଶୁଭ ଅଙ୍କ ୫।
ମିଥୁନ - ମାତା-ପିତାଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ହେବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ପିଲାମାନେ ଶିକ୍ଷା ପ୍ରତି ଧ୍ୟାନ ଦେବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୧।
କର୍କଟ – ଆତ୍ମବିଶ୍ୱାସ ବୃଦ୍ଧି ହେବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଠ କାମ ମିଳିବ। ପରିଜନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ। ବୃଦ୍ଧା ଲୋକଙ୍କ ଅର୍ଶିବାଦ ପାଇ କାର୍ଯ୍ୟରେ ସଫଳ ହେବେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୬।
ସିଂହ – ବ୍ୟବସାୟରେ ବିସ୍ତାର ପାଇଁ ବିଚାର କରିବେ। ଆପଣଙ୍କୁ କୌଣସି ଭଲ ଖବର ମିଳିବାର ଆଶା କରାଯାଉଛି। ବନ୍ଧୁଙ୍କ ପାଇଁ ଉତ୍ତମ ଭୂମିକା ନିର୍ବାହ କରିବେ। ପତ୍ନୀଙ୍କ ସାହାର୍ଯ୍ୟ ମିଳିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪।
କନ୍ୟା – ବ୍ୟବସାୟ କାମରେ ରାଜ୍ୟ ବାହରକୁ ଯିବେ। ଅଫିସରେ ଗୁରୁତ୍ୱଫୂର୍ଣ୍ଣ ଫଇସଲା ନେଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ସୁଯୋଗ ମିଳିବ। ଦାଂପତ୍ୟ ସମ୍ପର୍କ ସୁଧୁରିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୩।
ତୁଳା – ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ। ନିଜର କାମ ଧୈର୍ଯ୍ୟ ଧରି କରନ୍ତୁ, ଲାଭ ହେବ। ବ୍ୟବସାୟରେ କିଛି ଲୋକଙ୍କ ସହ-ଯୋଗ ପାଇବେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୨।
ବିଛା – କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ସୂଚନା ମିଳିପାରେ। ଲୋକମାନଙ୍କୁ ଆବଶ୍ୟକତା ଅନୁସାରେ ପରାମର୍ଶ ଦିଅନ୍ତୁ। ନୂଆ କାରବାରରେ ନିବେଶ ପାଇଁ ବିଚାର କରିବେ। ଶୁଭ ରଙ୍ଗ ବାଦାମୀ। ଶୁଭ ଅଙ୍କ ୫।
ଧନୁ – ଆର୍ଥିକ ପ୍ରଗତି ଲାଗି ଭଲ ଦିନଟିଏ। ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ଆପଣଙ୍କର କେହି ନୂଆ ବନ୍ଧୁ ହୋଇପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭ ରଙ୍ଗ ସବୁଜ। ଶୁଭ ଅଙ୍କ ୬।
ମକର – ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ପରିବାରର ପୂରା ସ୍ନେହ ଓ ସହ-ଯୋଗ ପାଇବେ। ବନ୍ଧୁଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ବ୍ୟବସାୟରେ ପତ୍ନୀଙ୍କ ସହ-ଯୋଗ ମିଳିବ । ଶୁଭ ରଙ୍ଗ ଗୋଲାପୀ। ଶୁଭ ଅଙ୍କ ୩।
କୁମ୍ଭ - ଆତ୍ମସମୀକ୍ଷାରେ ସମୟ ବିତିବ। ଈଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସବୁ ଠିକ୍ ହୋଇଯିବ। ଜୀବନସାଥୀଙ୍କ ସହ-ଯୋଗ ପାଇବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ବିଫଳ ହୋଇଯିବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୭।
ମୀନ - ଆପଣଙ୍କ ଭିତରେ ଅତ୍ୟଧିକ ଉତ୍ସାହ ଦେଖିବାକୁ ମିଳିବ।ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ମହିଳାମାନଙ୍କର ଚକ୍ଷୁ ପୀଡା ହୋଇପାରେ । ଶୁଭ ରଙ୍ଗ ଗୋଲାପୀ। ଶୁଭ ଅଙ୍କ ୧।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.