ବୁଧବାର କଟିବ କେମିତି... ମେ​‌ଷ ରାଶି ବହୁତ ଭଲ, ମିଥୁନ ଖର୍ଚ୍ଚାନ୍ତ, ସିଂହ ରାଶିରେ ଶ୍ରମ ସଫଳ, ପଢ଼ନ୍ତୁ କିପରି ଆପଣଙ୍କ ଦିନ

Published By : Prameya-News7 Bureau | March 03, 2020 IST

ମେଷ – ଆଶାବାଦୀ ହୋଇପାରନ୍ତି । ପରମ ଭାଗ୍ୟଶାଳୀ ଓ ବିକଶିତ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ପ୍ରବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବ । ମିତ୍ର ସୁଖ ଲାଭ କରିପାରନ୍ତି । ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୫ ।

ବୃଷ – ଯାତ୍ରା ଶୁଭଦାୟକ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ । ମୋକଦ୍ଦମାରେ ବିଜୟୀ ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ମିଥୁନ - ଖର୍ଚ୍ଚାନ୍ତ ଓ ଚଞ୍ଚଳମନା ଏବଂ ଏକାନ୍ତ ପ୍ରିୟ ହେବେ । ସମସ୍ୟାରେ ଜଡିତ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ଗୁପ୍ତବିଦ୍ୟାରେ ରୁଚି ରହିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

କର୍କଟ – ଯାତ୍ରା ମାର୍ଗ କୁସୁମିତ ହେବ । ଧନଲାଭର ସୂଚନା ମିଳୁଛି । ଲୋକପ୍ରିୟତା ଅର୍ଜନ କରିବେ । ଯଶସ୍ୱୀ ଓ ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବା ସହ ସମ୍ମାନିତ ହେବେ । ଗୃହ ସୁଖ ଓ ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ସିଂହ – ଶ୍ରମ ସାର୍ଥକ ହେବ । କୁଳ ଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

କନ୍ୟା – ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଭାଗ୍ୟଶାଳୀ ଓ ଉଦ୍ୟୋଗୀ ହେବେ । ଭୋଗ-ବିଳାସରେ ସମୟ ଅତିବାହିତ କରିବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ତୁଳା – ବୁଝି ବିଚାରି କାର୍ଯ୍ୟ କରିବାକୁ ପଡିବ । ସୁଖ ମିଳିବା କଷ୍ଟ ସାଧ୍ୟ ହେବ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ସର୍ଦି ଓ କଫ ରୋଗରେ ପୀଡିତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହୋଇପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ବିଛା – ରାଶିରେ ଚନ୍ଦ୍ର ପରିବର୍ତ୍ତନ ପାଇଁ ସତର୍କରେ ଚଳିବାକୁ ପଡିବ । ବ୍ୟବସାୟ ଲାଭଜନକ ହେବ । ସାମୟିକ ଭାବେ ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ସହାୟତା ଲାଭପ୍ରଦ ହେବ । ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୨ ।

ଧନୁ – ବଳବାନ୍ ଶତ୍ରୁକୁ ପରାସ୍ତ କରିବାରେ ସକ୍ଷମ ହେବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବହିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ମକର – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳମନା ହୋଇପାରନ୍ତି । କନ୍ୟା ସନ୍ତାନ ଦ୍ୱାରା ବିଶେଷ ଉପକୃତ ହେବେ । ହଠାତ୍ କିଛି ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

କୁମ୍ଭ - ସୁଖୀ ଓ ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ଏବଂ ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । କୃଷିକର୍ମ ପ୍ରତି ଆଗ୍ରହୀ ହେବା ସହ ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ମୀନ - ପ୍ରାଧାନ୍ୟ ବିସ୍ତାର କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଦୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ ପୀଡା ଭୋଗ କରି ପାରନ୍ତି । ସାନଭାଇଙ୍କ ଠାରୁ ଆଦର, ସମ୍ମାନ ମିଳିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.