୨୦ ତାରିଖ ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିିନ

Published By : Prameya-News7 Bureau | May 19, 2020 IST

ମେଷ – ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ବ୍ୟୟ ପରିମାଣ ବୃଦ୍ଧି ପାଇପାରେ । ଅଯଥା ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ହେବା ଶୁଭଙ୍କର । ଚଞ୍ଚଳମନା ହେବେ । ନୀତି ନିୟମ ମାନି ଚଳିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ବୃଷ – ଉତ୍ତମ ମିତ୍ରଙ୍କ ସାନ୍ତିଧ୍ୟ ମିଳିବ । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

ମିଥୁନ - ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ । ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କର୍କଟ – ପରିଶ୍ରମ ଅତ୍ୟଧିକ ହେଲେ ବି , ତା’ର ମୂଲ୍ୟ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ହାତକୁ ଆସିବ ଓ ତାର ସଦ୍‌-ବ୍ୟବହାର କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ସିଂହ – ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ସ୍ୱଭିମାନୀ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ନ୍ୟୁନତା ଆସିପାରେ । କେବଳ ଭାଗ ବ୍ୟବସାୟରୁ ସାମାନ୍ୟ ପରିମାଣ ଲାଭ ମିଳିପାରେ । ଯାନବାହନରେ ସତର୍କ ରହିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

କନ୍ୟା – ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ କଲେ ସଫଳତା ମିଳିବ । ଶୁଭ କାର୍ଯ୍ୟ କରଣୀୟ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସାହାର୍ଯ୍ୟ ସହାନୁଭୂତି ମିଳିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

ତୁଳା – ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ମନ ସ୍ଥିର କରିପାରନ୍ତି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ । ଶୁଭ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ ପାଇବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ବିଛା – କାର୍ଯ୍ୟ ସମ୍ବନ୍ଧୀୟ ବିଷୟ ବସ୍ତୁ ଉପରେ ଅଧ୍ୟୟନରତ ହେବେ । ବିଭିନ୍ନ ଦିଗରୁ ଅଧିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ଧନୁ – ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । କର୍ମ ମାର୍ଗ ଉଜ୍ଜ୍ୱଳ କରିବାରେ ସିଦ୍ଧହସ୍ତ ହେବେ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି, ତା’ର ମୂଲ୍ୟ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ମକର – କାର୍ଯ୍ୟରେ ଅସ୍ଥିରତା ଉପୁଜି ପାରେ । ନିଜ ବୁଦ୍ଧି ବଳରେ ପରିସ୍ଥିତିକୁ ଆୟତ୍ତାଧୀନ କରିପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଠାକୁରଙ୍କ ଦର୍ଶନ ଲାଭ କରିବେ । ଅଶାନ୍ତର ମାତ୍ରା ହ୍ରାସ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କୁମ୍ଭ - ଦେଖା ଦେଇଥିବା ଆକସ୍ମିକ ସମସ୍ୟାର ସୁସମାଧାନ କରିପାରନ୍ତି । ନିଃସ୍ୱାର୍ଥପର ଭାବେ ସେବା କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ନୀତିରୁ ବିଚ୍ୟୁ ହେବେ ନାହିଁ । ଦ୍ରବ୍ୟ ଲାଭ ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ମୀନ - ରୋଜଗାର ଆଶାନୁରୂପ ହୋଇପାରେ । ଆଶାବାଦୀ ହେବେ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ । ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.