ମଙ୍ଗଳବାର ରାଶିଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | May 25, 2020 IST

ମେଷ – ବନ୍ଧୁ ମିଳନ ଶୁଭ ଫଳଦାୟକ ହେବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଭ୍ରମଣ ଜନିତ ସୁଖ ମିଳିଲେବି ଆପଣ ଯାଇପାରିବେ ନାହିଁ । ବିଦ୍ୟା ପ୍ରତି ମନ ବଳାଇବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

ବୃଷ – ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି । କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ମାନ୍ୟତା ପ୍ରାପ୍ତ ଓ ସଙ୍ଗୀତ ପ୍ରିୟ ହେବେ । ବିଭିନ୍ନ ସ୍ତରରୁ ଧନ କ୍ଷୟ ହେତୁ ଚିନ୍ତିତ ରହିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ମିଥୁନ - ଆଳସ୍ୟ ଅନୁଭବ କରିବେ । ଶ୍ରେଷ୍ଠ ମାନ୍ୟତା ମିଳିପାରେ, ମାତ୍ର ପୁଣ୍ୟ ସହିତ ଧନକ୍ଷୟ ହେବାର ସୂଚନା ମିଳୁଛି । ସ୍ୱାସ୍ଥ୍ୟ ଅତୁଟ ରହିବ । ପିଲାମାନଙ୍କୁ ବିଦ୍ୟା ପ୍ରତି ପ୍ରୋତ୍ସାହନ କରାନ୍ତୁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

କର୍କଟ – ସମ୍ମାନିତ ହେବେ । ନୀତିନିଷ୍ଠ ଓ ମାନ୍ୟତା ପ୍ରାପ୍ତି ହୋଇପାରନ୍ତି । ବ୍ୟବସାୟରେ, ବଡ ଲୋକଙ୍କ କଥା ଶୁଣି ନେବା ଉଚିତ୍ । ଶତ୍ରୁ କୁ ପରାସ୍ତ କରି ବିଜ୍ଞତାର ପରିଚୟ ଦେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ସିଂହ – ଧନ-ଜନ-ଗୋପ- ଲକ୍ଷ୍ମୀ ପାଇବା କଷ୍ଟ କର ହେବ । ବହୁ ବିଦ୍ୟାରେ ପାରଙ୍ଗମ ହୋଇପାରନ୍ତି । ନାନାବିଧ ସମ୍ମାନର ଅଧିକାରୀ ଓ ଗୁଣଜ୍ଞ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

କନ୍ୟା – ସେବା କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଭାଗ୍ୟବାନ୍ ଓ ଜିତେନ୍ଦ୍ରିୟ ଉଦୟ ପାଇଁ ବିଦ୍ୟା ଆରୋହଣ କରିବେ । ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ତୁଳା – ଧନ-ସମ୍ପଦ ମିଳିବାର ସୁଯୋଗ ଅଛି । ଶତ୍ରୁ ନାଶ କରି ଆଶ୍ୱସ୍ତ ହେବେ । ବନ୍ଧୁଙ୍କ ଉପରେ ବିପଦ ଅଛି । ବାହୁରେ ପୀଡା ଉପୁଜି ପାରେ । ପିଲାମାନଙ୍କ ବିଦ୍ୟାରେ ମନ ଲାଗିବ ନାହିଁ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ବିଛା – ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଅଧିକା ମିଷ୍ଟାନ୍ନ ଭୋଜନ କ୍ଷତି କାରକ ହେବ । ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ଧନୁ – ମନରେ ପ୍ରସନ୍ନତା ଦେଖା ଦେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କୃଷିରୁ ଲାଭ ମିଳିପାରେ । କାର୍ଯ୍ୟ କରିବାରେ ବାଧା ଆସିପାରେ । ସୁଭାଷୀ ଓ ସୁମିତ୍ରଯୁକ୍ତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

ମକର – ସତ୍ୟନିଷ୍ଠ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ବିଦ୍ୟା ଆପଣଙ୍କ ବ୍ୟବସାୟ ପାଇଁ ଲାଭ ହେବ । ପାରିବାରିକ ସୁଖ ମିଳିବ । ଛଳନା ପୂର୍ବକ କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

କୁମ୍ଭ - ସୁଭାଷୀ ଓ ସୁ ବିଦ୍ୟାଯୁକ୍ତ ହୋଇପାରନ୍ତି । ଉତ୍ତମ ବିଦ୍ୟା ପାଇ ଖୁସି ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ନିଜ ଜିଦ୍ ରେ ଅଟଳ ରହିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ ।

ମୀନ - ବିଦ୍ୟା ଲାଭ ହେବାର ସୂଚନା ମିଳୁଛି । ସତ୍‌-କର୍ମରେ କାର୍ଯ୍ୟ କରନ୍ତୁ ନିଶ୍ଚିତ କାର୍ଯ୍ୟରେ ଲାଭ ପାଇବେ । କୃଷି କର୍ମରେ ତତ୍ପର ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.