ଗୁରୁବାର ଏହି ରାଶିମାନଙ୍କର ଅଛି ଧନଲାଭ ଯୋଗ, ଜାଣନ୍ତୁ ଆପଣଙ୍କ ରାଶିର ଶୁଭ ରଙ୍ଗ ଓ ଅଙ୍କ

Published By : Prameya-News7 Bureau | November 06, 2019 IST

ମେଷ -ଆୟ ଧୀରେ ଧୀରେବୃଦ୍ଧି ପାଇବ। କର୍ମକ୍ଷେତ୍ର ଉତ୍ସାହ ଜନକ ହେବ । ଶୁଭଖବର ପାଇ ଖୁସି ହେବେ । କାର୍ଯ୍ୟରେ ସଫଳତା ମିଳିପାରେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭରଙ୍ଗ ବ୍ରାଉନ୍ । ଶୁଭଅଙ୍କ ୭।

ବୃଷ– ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରିବା କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରିବା ସହିତ ତା’ର ସଦୁପଯୋଗ କରିପାରନ୍ତି । ଶୁଭ ରଙ୍ଗ ଧଳା।ଶୁଭ ଅଙ୍କ ୧।

ମିଥୁନ - ମାନସିକ ଭାରସାମ୍ୟ ହରାଇ ପାରନ୍ତି । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଅର୍ଥାଭାବ ଦେଖାଦେବ । କେବଳ ଯୁଗ୍ମ ବ୍ୟବସାୟରୁ କିଛି ଅର୍ଥ ମିଳିପାରେ । ଶୁଭରଙ୍ଗ ପିଚ୍ଚ୍ । ଶୁଭ ଅଙ୍କ ୩।

କର୍କଟ–କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁସମୟ ଅନୁକୂଳ ରହିଛି । ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୯।

ସିଂହ – ଆଘାତପ୍ରାପ୍ତ ହୋଇ ମଧ୍ୟ ଶତ୍ରୁକୁ ପରାଜିତ କରିବେ । ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ପାଇଁ ଉତ୍‌ଫୁଲିତ ହେବେ । ଶୁଭକାର୍ଯ୍ୟ ପାଇଁ ତତ୍ପର ହୋଇପାରନ୍ତି । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୪।

କନ୍ୟା –କାର୍ଯ୍ୟ ପ୍ରମାଦହୀନ ହେବ । ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭଖବର ପାଇ ପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮।

ତୁଳା– ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁସାହାର୍ଯ୍ୟମିଳିବ।ସୁସମ୍ବାଦ ପାଇଖୁସିହେବେ।କେତେକକ୍ଷେତ୍ରରେଭୁଲବୁଝାମଣାଘଟିପାରେ। ପରିଶ୍ରମରମୂଲ୍ୟମିଳିବ।ଭାଇମାନଙ୍କମଧ୍ୟରେଶ୍ରେଷ୍ଠହେବେ।ଶୁଭରଙ୍ଗଧଳା।ଶୁଭ ଅଙ୍କ ୧।

ବିଛା– ଧର୍ମଭାବନାଶାନ୍ତିଦାୟକହେବ। ଆର୍ଥିକକ୍ଷେତ୍ରରେସ୍ୱଚ୍ଛଳତା ଦେଖାଦେବ।ଶୁଭକାର୍ଯ୍ୟ ପାଇଁସମୟ ଅନୁକୂଳରହିଛି। ଦେବ ଦର୍ଶନରସୌଭାଗ୍ୟ ଅଛି।ଶୁଭରଙ୍ଗ ନୀଳ। ଶୁଭ ଅଙ୍କ ୭।

ଧନୁ –ଚିନ୍ତାରୁ ମୁକ୍ତି ମିଳିବ। ସାମୟିକ ଭାବେ ଆଳସ୍ୟ ଅନୁଭବ କରିପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟିପାରେ । ବିଭିନ୍ନ ଦିଗରୁ ଧନାଗମ ହେବ । ଜନସାଧାରଣଙ୍କ ପ୍ରିୟପାତ୍ର ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨।

ମକର– ଆୟର ମାତ୍ରା ସାମାନ୍ୟ ହେବାର ସୂଚନା ମିଳୁଛି। ଆଶାବାଦୀ ହୋଇପାରନ୍ତି । ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୬।

କୁମ୍ଭ - ନୂତନ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ନୂଆବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ଅତିଥି ଚର୍ଚ୍ଚାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୩।
ମୀନ - କାର୍ଯ୍ୟ ଉତ୍ସାହଜନକ ହେବ । ସୁସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶୁଭରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.