scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରବିବାରରେ ଏହି ରାଶିର ପ୍ରଚୁର ଧନ ଲାଭ – ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

28/12/2019 at 5:47 PM

ମେଷ – କର୍ମକ୍ଷେତ୍ର ଶାନ୍ତିପ୍ରିୟ ହେବ । ସାମନ୍ୟ ମାତ୍ରାର ଶାରିରୀକ କ୍ଳେଶ ଅନୁଭବ କରିପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇ ପ୍ରତିକାର କରିବେ । କୃପଣ ସ୍ୱଭାବର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ବୃଷ –ବ୍ୟବସାୟରେ ଅର୍ଥ ବିନିଯୋଗ ଲାଭପ୍ରଦ ହେବ । କାର୍ଯ୍ୟ କରିବାରେ ଉତ୍ସାହ ବୃଦ୍ଧି ପାଇବ । ସନ୍ମାର୍ଗୀ ହେବେ । ଦୟାର ଅବତାର ହୋଇପାରନ୍ତି । ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ । ଶୁଭ ରଙ୍ଗ ଗାଢ କ୍ରୀମ୍ । ଶୁଭ ଅଙ୍କ ୮ ।
ମିଥୁନ – ଆଶା ଫଳବତୀ ହେବ । ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
କର୍କଟ – ପିଲାମାନଙ୍କ କାର୍ଯ୍ୟ କଳାପରେ ସନ୍ତୁଷ୍ଟ ହେବେ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ପ୍ରୀତି ଲାଭ କରିପାରନ୍ତି । ଜ୍ଞାନ-ଗରିମା ଯୋଗୁଁ ସାମାଜିକ ସ୍ତରରେ ଆଦରଣୀୟ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।
ସିଂହ – କଷ୍ଟ ସ୍ୱୀକାର କଲେ ବି ଲାଭବାନ୍ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଯାତ୍ରା ଶୁଭ ଦାୟକ ହେବ । ବିବେକି ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
କନ୍ୟା – ଯୋଜନାରେ ସୃଷ୍ଟି ହୋଇଥିବା ତ୍ରୁଟିକୁ ସଂଶୋଧନ କରିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମାନ୍ୟତା ପ୍ରାପ୍ତ ହେବେ । ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।
ତୁଳା – ନୂଆବନ୍ଧୁତା ସ୍ଥାପନ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ବିଳାସ-ବ୍ୟସନରୁ ବଞ୍ଚିତ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।
ବିଛା – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ଚିନ୍ତାଧାରା ଉନ୍ନତମାର ହୋଇପାରେ । ଶୁଭ ରଙ୍ଗ ଗାଢ ଲାଲ୍ । ଶୁଭ ଅଙ୍କ ୨ ।
ଧନୁ – ଆୟ ହେବ, ମାତ୍ର ବିଶେଷ ଲାଭ ମିଳିବା କଷ୍ଟକର ହେବ । କାର୍ଯ୍ୟରେ ବାଧା ଉପୁଜି ପାରେ । କର୍ମତତ୍ପରତା ପ୍ରକାଶ ପାଇବ । ସୁସମ୍ବାଦ ପାଇ ଖୁସି ହେବେ । ବସ୍ତ୍ର-ଭୂଷଣ ପ୍ରାପ୍ତି ଯୋଗ ଅଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ମକର – ମନ ଚଞ୍ଚଳ ରହିବ । ଆୟ ପରିମାଣ ବୃଦ୍ଧି ପାଇବ । ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଉନ୍ନତି ପଥରେ ଆଗେଇ ଚାଲିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।
କୁମ୍ଭ – କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଘାତଚନ୍ଦ୍ର ଭୋଗ ହେତୁ, ଦେହ ଓ ମାନସିକ ସ୍ତରରେ ପୀଡିତ ହୋଇପାରନ୍ତି । ଦ୍ୱିଜମାନଙ୍କ ହିତସାଧନ ପାଇଁ ସର୍ବଦା ଉଦ୍ୟମ ଚଳାଇ ପାରନ୍ତି । ବିଖ୍ୟାତ କୀର୍ତ୍ତି ଅର୍ଜନ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।
ମୀନ – ଭ୍ରମଣ ଯୋଗ ଅଛି । ଶୟନ-ସୁଖ ମିଳିବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଉତ୍ତମ ବନ୍ଧୁଙ୍କ ସହଚର୍ଯ୍ୟ ଲାଭ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

   Related Posts