ରବିବାର କଟିବ ଏମିତି- ଜାଣନ୍ତୁ ଆପଣ ରାଶିଫଳ

Published By : Prameya-News7 Bureau | October 19, 2019 IST

ମେଷ–ମାଙ୍ଗଳିକ କାର୍ଯ୍ୟରେ ମନୋ ନିବେଶ କରିପାରନ୍ତି। ପରମ ସୌଭାଗ୍ୟଶାଳୀ, ମଧୁରଭାଷୀ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସମ୍ମାନସ୍ପଦ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ଶୁଭ ରଙ୍ଗଲାଲ୍ ।ଶୁଭଅଙ୍କ ୪।
ବୃଷ–ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଆଶାବାଦୀ ଓ ରଣାଙ୍ଗନରେ ପାରଙ୍ଗମ ହେବେ। ଧନ ଲାଭ ହେବାର ସୂଚନା ମିଳୁଛି। ଧନ- ସମ୍ପଦ ଭରପୂର ରହିବ । ଉତ୍ତମ ଭୋଜନ ମିଳିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭।
ମିଥୁନ - ଦ୍ରବ୍ୟ ଲାଭର ସୁଯୋଗ ଅଛି । ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ମଧୁରଭାଷୀ ହେତୁ ବ୍ୟବସାୟରେ ଉନ୍ନତି କରିବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୩।
କର୍କଟ–କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ଓ ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ଦୁଃସାହିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୬।
ସିଂହ –ମହିଳାମାନେ ଯତ୍ନଶୀଳା ଓ ବିଦ୍ୟାର୍ଥୀ ଯତ୍ନବାନ ହେବେ । କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବ୍ୟବସାୟରେ କ୍ଷତି ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧।
କନ୍ୟା– ଧନବାନ୍‌ ହେତୁ ସୁଖ ଭୋଗ କରିପାରନ୍ତି । ସେବା ପୂଜାରେ ନିମଗ୍ନ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସ ଏବଂ ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୮।
ତୁଳା–ବନ୍ଧୁମେଳରେ ଅପ୍ରିୟ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।
ବିଛା–ବନ୍ଧୁସହ-ଯୋଗ ପାଇ ପାରନ୍ତି । ଘାତ ଚନ୍ଦ୍ର ଭୋଗ ହେଉଥିବାରୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ ଚଳିବାକୁ ପଡିବ । ବ୍ୟବସାୟ ଲାଭ ଜନକ ହେବ। ପତ୍ନୀଙ୍କ ସମର୍ଥନ ପାଇବେ । ଶୁଭରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮।
ଧନୁ –ସ୍ଥାନାନ୍ତର ହେବାର ସୂଚନା ମିଳୁଛି । ଶତ୍ରୁ ଉପ ରେକଡା ନଜର ରଖିବାକୁ ପଡିବ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ବଳିଷ୍ଠ ହେବେ । ଶତ୍ରୁ ହନ୍ତା ହୋଇପାରନ୍ତି । ଚାକିରିରେ ସୁନାମ ମିଳିବ । ଶୁଭରଙ୍ଗ ଧଳା। ଶୁଭଅଙ୍କ ୬।
ମକର– ସମ୍ପତ୍ତି ମିଳିପାରେ । କୌଣସି କାରଣରୁ ଅନୁତପ୍ତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ଦେଖା ଦେବ। ଶୁଭରଙ୍ଗ ମେରୁନ୍ । ଶୁଭ ଅଙ୍କ ୪।
କୁମ୍ଭ -ନିର୍ମାଣକାର୍ଯ୍ୟର ଅଗ୍ରଗତି ଘଟାଇପାରନ୍ତି । ଉଦାର ସ୍ୱଭାବର ହେବେ। ଦାନଧର୍ମରେ ବିଶ୍ୱାସୀ ହେବେ।ବ୍ୟକ୍ତିତ୍ୱର ବିକାଶ ଘଟାଇ ସମ୍ମାନିତ ହୋଇପାରନ୍ତି । ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୧।
ମୀନ - ସମ୍ପଦରେ ବୃଦ୍ଧି ଘଟିବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବ ରହେବେ। କଫ, ଜ୍ୱରରେ ପୀଡିତ ହେବାର ସମ୍ଭାବନା ଅଛି ।ସାନଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ ।ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୬।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.