ଶନିବାରରେ କିପରି କଟିବ ଆପଣଙ୍କ ଦିନ- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | February 28, 2020 IST

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର ଯାତ୍ରାରେ ସଫଳ ହେବେ । ଆଧ୍ୟାତ୍ମିକ ଚିନ୍ତା ବଢିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।


ବୃଷ – ନିଷ୍ପତ୍ତି ମୂଳକ କର୍ମରେ ପଛେଇ ଯିବେ । କର୍ମ କ୍ଷେତ୍ରରେ ଉତ୍ସାହ ବଢିବ । ପତିତ ଧନ ହାତକୁ ଆସିବ । ସରକାରୀସ୍ତରରୁ ଉପକୃତ ହୋଇପାରନ୍ତି । ଆଧ୍ୟାତ୍ମିକ ପ୍ରେରଣା ପାଇବେ । ବିଶେଷ ଶାରିରୀକ ଅସୁସ୍ଥତା ନାହିଁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।


ମିଥୁନ - ସମସ୍ୟା ଅଧିକ ରହିବ । ଅର୍ଥ ବୃଦ୍ଧିର ପ୍ରତିବନ୍ଧକ ଆସିବ । ଶତ୍ରୁ ବଢିବେ । ଅପରାହ୍ନ ଠାରୁ ଲୋକ ସମ୍ପର୍କ ଅଧିକ ରହିବ । ମନରେ ଉଦବେଗ କମିବ । ସନ୍ତାନ ବର୍ଗରୁ ସୁଖ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।


କର୍କଟ – ଦୈନିକ ଜୀବନ ଚର୍ଯ୍ୟାର ପରିବର୍ତ୍ତନ ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆଣିବ । କର୍ମ କ୍ଷେତ୍ରରେ ଦାୟିତ୍ୱ ବଢିବ । ବିଶ୍ରାମ କମ୍ ମିଳିବ । ଅର୍ଥାଭାବ ମଧ୍ୟ ଆସିପାରେ । ଦୂର ଯାତ୍ରାରେ କ୍ଳାନ୍ତି ଅବସାଦ,ପୁରାତନ ରୋଗପୀଡାର ସୂଚନା । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।


ସିଂହ – ଧନ ମାନ ଓ ସମୃଦ୍ଧି ମିଳିବ । ଭବିଷ୍ୟତ କର୍ମ ଯୋଜନା ପାଇଁ ପ୍ରସ୍ତୁତ ହେବେ । ପରିବାରରେ ସହ ଯୋଗ ମିଳିବ । ଗୁରୁଜନମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆସିବ । ବନ୍ଧୁମାନେ ବିରୋଧମତ ପୋଷଣ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।


କନ୍ୟା – ଧନାଗମ ହେଲେ ମଧ୍ୟ ମାନସିକ ସନ୍ତୋଷ ମିଳିବ । କଷ୍ଟକର ହେବ । ଦୂର ଯାତ୍ରାରେ ସଫଳ ହେବେ । ପୁରାତନ ରୋଗ ପିଡା ପୁନଃ ଭୋଗ ହୋଇପାରେ । ସଜ୍ଜନ ସମ୍ପର୍କରେ ଆସିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।


ତୁଳା – ନିଜ ଭିତରେ କିଛି ଅଭାବ ବୋଧ ବଢିବ । ଗୃହ ନିର୍ମାଣାଦି କର୍ମରେ ଅଗ୍ରଗତି ଘଟିବ । କର୍ତ୍ତବ୍ୟ ପରାୟଣ ହେବେ । ବନ୍ଧୁ ପରିଜନଙ୍କ ଠାରୁ ସହ ଯୋଗ ମିଳିବ । ମାନସିକ ଶାନ୍ତି ସନ୍ତୋଷ ପାଇବା କଷ୍ଟ କର ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।


ବିଛା – ବନ୍ଧୁ ବାନ୍ଧବଙ୍କ ଉପରେ ବିଶେଷ ନିର୍ଭରଶୀଳ ନ ହେବା ହିତକର । କାର୍ଯ୍ୟ ସବୁ ଶୃଙ୍ଖଳିତ ହେବା କଷ୍ଟକର । ମାନସିକ ଆଳସ୍ୟ ଅଧିକ ରହିବ । ଆସ୍ତିକତାର ଅଭାବ ବଢିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।


ଧନୁ – ସମସ୍ୟାର ସହଜ ସମାଧାନ ମଧ୍ୟ ପାଇବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ ଯାତ୍ରାରମ୍ଭ ନ କରିବା ଶୁଭଙ୍କର ହେବ । ପରିବାରରେ ସହ ଯୋଗ ଅବ୍ୟାହତ ରହିବ । ଘାତଚନ୍ଦ୍ର ପାଇଁ ସତର୍କତା ଆବଶ୍ୟକ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୪ ।


ମକର – ନ୍ୟାୟ ଓ ଧର୍ମ ପରାୟଣ ହେବେ । ଅତ୍ମୀୟଙ୍କ ପାଇଁ ବ୍ୟୟ ଓ ଚିନ୍ତା ବଢିପାରେ । କର୍ମ କ୍ଷେତ୍ରରେ ଅସହଯୋଗ ଆସିବ । ଧୌର୍ଯ୍ୟ ପୂର୍ବକ ସେ ସବୁର ସମାଧାନ କରିବା ଉଚିତ । ସତ ସଙ୍ଗରେ ଅନୁପ୍ରେରିତ ହେବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୩ ।


କୁମ୍ଭ - କିଛି ପରିମାଣରେ ଚିନ୍ତା ଦୂର ହେବ । କର୍ମ କ୍ଷେତ୍ରରେ ନିଜର ଭୂମିକା ସୁନିଶ୍ଚିତ କରିବେ । ମିତ୍ରବୃଦ୍ଧି ସନ୍ତାନ ସମ୍ପର୍କରେ ଆସିବେ । ପୁତ୍ର ଓ କନ୍ୟା ଆଶ୍ୱସ୍ତି ପ୍ରଦାନ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।


ମୀନ - ଘାତଚନ୍ଦ୍ର ଭୋଗ ପାଇଁ କର୍ମ କ୍ଷେତ୍ରରେ ଅଶାନ୍ତି ବଢିବ । ଗୁରୁତ୍ୱ ହ୍ରାସ ହୋଇପାରେ । ସାମାଜିକ କ୍ଷେତ୍ରରେ ନିଜର ସ୍ୱାର୍ଥକୁ ଦେଖିଲେ ନିନ୍ଦା ପାଇବେ । ଦେହ ପ୍ରାୟତଃ ସୁସ୍ଥ ରହିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.