ଶନିବାରର ରାଶିଫଳ- କେମିତି କଟିବ ଆଜି ଦିନଟି

Published By : Prameya-News7 Bureau | December 27, 2019 IST

ମେଷ – ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅଛି । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି । ଭୋଜନ ତୃପ୍ତିଦାୟକ ହେବ । କଳ୍ପନା ବିଳାସୀ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

ବୃଷ – ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ସାମାନ୍ୟ ପୀଡାର ଶାରିରୀକ କଷ୍ଟ ଅନୁଭବ କରିପାରନ୍ତି । ମାନସିକ ସ୍ତରରେ ଦୁର୍ବଳ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୭ ।

ମିଥୁନ - କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ବହନ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ଲମ୍ବି ଆସିବ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କର୍କଟ –ଆକସ୍ମିକ ଦୁର୍ଘଟଣା ପ୍ରତି ସତର୍କ ରହିବାକୁ ପଡିବ । ଶତ୍ରୁ ବଳବାନ୍ ଥିବାରୁ ତାକୁ ଭୟ ନ କରି ମୁକାବିଲା କରିବାକୁ ଚେଷ୍ଟା କରିବେ । ଧର୍ମ କାର୍ଯ୍ୟରେ ମନ ଦେବେ । ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଅନୁଗୃହୀତ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ସିଂହ – ବିବାଦୀୟ ଘଟଣାରୁ ଫାଇଦା ଉଠାଇପାରନ୍ତି । ସାଧନା ଫଳବତୀ ହେବ । ସୁଖ ସମ୍ମାନ ଲାଭ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଯାତ୍ରାକାଳୀନ ସୁଖ-ସମୃଦ୍ଧି ଆଶା କରାଯାଏ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କନ୍ୟା – ସୁଖ, ସ୍ନେହ, ଶ୍ରଦ୍ଧା ସହିତ ଧନାଦିଯୁକ୍ତ ହୋଇପାରନ୍ତି । କଳହ ଠାରୁ ଦୂରେଇ ରହିବାକୁ ପଡିବ । ଉନ୍ନତମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି । ମାନ୍ୟତା ପ୍ରାପ୍ତ ହେବେ । କୁଶଳୀ ଓ ବାଞ୍ଚିତ କାର୍ଯ୍ୟ କରିବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୪ ।

ତୁଳା – କର୍ମକ୍ଷେତ୍ରରେ ସହଯୋଗୀଙ୍କ ସହାୟତା ଲାଭପ୍ରଦ ହେବ । କାର୍ଯ୍ୟରେ ବାଧା ଦେବାକୁ କେହି ଚେଷ୍ଟା କରିପାରନ୍ତି । ସେଥିପ୍ରତି ସତର୍କ ରହିବାକୁ ପଡିବ । ଘାତଚନ୍ଦ୍ର ଯୋଗୁଁ ଜଳଯାତ୍ରା ନ କରିବା ଭଲ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ବିଛା – ଗୁପ୍ତଧନର ସନ୍ଧାନ ପାଇବେ । ଆଶାବାଦୀ ହୋଇପାରନ୍ତି । ଚିନ୍ତାବୃଦ୍ଧି ହୋଇପାରେ । ସୁକୁମାର ରୂପର ଅଧିକାରୀ ଓ ଶାନ୍ତ  ହେବେ । ଜିତେନ୍ଦ୍ରିୟ ବିଦ୍ୱାନ୍ ଓ ଦୟାଳୁ ହୋଇପାରନ୍ତି । ଶୁଭ ରଙ୍ଗ ଗାଢ ଗ୍ରୀନ୍ । ଶୁଭ ଅଙ୍କ ୭ ।

ଧନୁ – ବ୍ୟବସାୟ ଲାଭଜନକ ହେବା କଷ୍ଟକର, ମାତ୍ର ସହ ଯୋଗୀଙ୍କ ସହାୟତା ହେଲେ ସଫଳତା ଲାଭ କରିବେ । ଦୀର୍ଘ ଦିନର ଆଶାପୂରଣ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ମକର – ହଠାତ୍ ଅର୍ଥାଭାବ ଦୂରେଇ ଯିବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଖର୍ଚ୍ଚାନ୍ତ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

କୁମ୍ଭ  - ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । ସରକାରୀ ମାନ୍ୟତା ମିଳିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୪ ।

ମୀନ - ଜଞ୍ଜାଳରୁ ମୁକ୍ତି ଓ ପରିଶ୍ରମର ମୂଲ୍ୟ ମିଳିବ । ବନ୍ଧୁ ଓ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆର୍ଥିକ ଉନ୍ନତି ଆଶା କରାଯାଏ । ସରକାରୀ ଅର୍ଥ ମିଳିପାରେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ବହୁ ବିଧ ଧନ ସବୁ କିଛି ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.