ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ୨୦୨୦ ସୁଦ୍ଧା ପାକିସ୍ତାନ ହେବ ଭାଗ ଭାଗ !

Published By : Prameya-News7 Bureau | February 20, 2019 IST

wp:heading {"level":5}
ପୁଲୱାମା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନର ସଂପର୍କରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ସୀମାରେ ଉତ୍ତେଜନା ଜାରୀ ରହିଛି ।  ପୁଲୱାମା ଘଟଣା ଦେଶବାସୀଙ୍କୁସ୍ତବ୍ଧ କରିଦେଇଛି ।  ଲୋକଙ୍କରାଗ ଶାନ୍ତ ହେଉନାହିଁ । ଏମିତି ସ୍ଥିତିରେ ଯେକୌଣସି ମୂହୁର୍ତ୍ତରେ ଯୁଦ୍ଧ ହୋଇପାରେ ବୋଲି ଆଶଂକା କରାଯାଉଛି । ତେବେ ଜ୍ୟୋତିଷମାନେ ମଧ୍ୟ ପାକିସ୍ତାନ ସମ୍ପର୍କରେ ଭବିଷ୍ୟଗଣନା କରିବା ଆରମ୍ଭ କରିଛନ୍ତି । ଜ୍ୟୋତିଷମାନେ ପାକିସ୍ତାନର କୁଣ୍ଡଳି ଅଦ୍ୟୟନ କରି ପାକିସ୍ତାନକୁ ନେଇ କିଛି କଥା ଭବିଷ୍ୟବାଣୀ କରିଛନ୍ତି। ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନ ମଧ୍ୟ ଭାରତକୁ ଚେତାବନୀ ଦେଇ କହିଛି ଯେ ବାରତ ଆକ୍ରମଣ କଲେ ତାର ଜବାବ ଦିଆଯିବ ।  ପାକିସ୍ତାନ ସହ ଶେଷ ଯୁଦ୍ଧର ସମୟ ଆସିସାରିଛି ବୋଲି ଦେଶରେ ଚର୍ଚ୍ଚା ହେଉଛି। କିନ୍ତୁ ଜ୍ୟୋତିଷ ଗଣନା ହିସାବରେ କଣ ହେବାକୁ ଯାଉଛି ଜାଣନ୍ତୁ।
/wp:heading {"id":87069,"width":592,"height":371}
wp:heading {"level":5}
 ଭାରତ ଓ ପାକିସ୍ତାନର କୁଂଡଳୀ-
/wp:heading

କୁଣ୍ଡଳି ଅନୁସାରେ ଭରତର ଲଗ୍ନ ହେଉଛି ବୃଷ  । ବୃଷର ଅଧିପତି ହେଉଛନ୍ତି ଶୁକ୍ର । ଲଗ୍ନ ଅନୁସାରେ କ୍ଷମା କରିବା ଭାରତର ସ୍ୱଭାବ। କିନ୍ତୁ ସୀମା ପାର କରିଲେ ଭାରତ ପ୍ରଚଣ୍ଡ ରୂପ ମଧ୍ୟ ଧାରଣ କରିପାରେ । ସେହିଭଳି ପାକିସ୍ତାନର କୁଂଡଳି ଅନୁସାରେ ପାକିସ୍ତାନର ଲଗ୍ନ ହେଉଛି ମେଷ । ଯାହାର ଅଧିପତି ହେଉଛନ୍ତି ମଂଗଳ । ସେଥିପାଇଁ ପାକିସ୍ତାନର ଆଭିମୁଖ୍ୟ ସବୁବେଳେ ଆକ୍ରମଣାତ୍ମକ। ଯୁଦ୍ଧ କରିବା ପାଇଁ ସବୁବେଳେ ପ୍ରସ୍ତୁତ । ମେଷ ଲଗ୍ନ ଯୁଦ୍ଧ ପ୍ରିୟ ହୋଇଥିବାରୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଅବଶ୍ୟମ୍ଭାବୀ ।

wp:heading {"level":5}
ପାକିସ୍ତାନର ରକ୍ତରେ ବିଶ୍ୱାସଘାତକତା ଅଛି-
/wp:heading wp:heading {"level":5}
ପାକିସ୍ତାନ କୁଣ୍ଡଳିର ଚର୍ଥୁତ ସ୍ଥାନରେ ରବି, ଶନି, ଶୁକ୍ର, ବୁଧ ଓ ଚନ୍ଦ୍ର ଆଦି ୫ଟି ଗ୍ରହ ଏକାଠି ହୋଇଥିବାରୁ ପାକିସ୍ତାନ ନିଜେ ନା ଶାନ୍ତ ରହିବ ନା ପଡୋଶୀ ଦେଶକୁ ଶାନ୍ତିରେ ରହିବାକୁ ଦେବ। ଏହା ପାକିସ୍ତାନ କେବଳ ଯୁଦ୍ଧର ଧମକ ଦେବ, କାରଣ ନିଜର କ୍ଷମତା ମଧ୍ୟ ପାକିସ୍ତାନ ଜାଣିଛି।। ଶେଷ ପର୍ଯ୍ୟନ୍ତ ପାକିସ୍ତାନ ଏହି କାରନାମା କରିବ। ଏହା ଛଡା ପାକିସ୍ତାନର ରକ୍ତରେ ବିଶ୍ୱାସଘାତକତା ଅଛି।
/wp:heading {"id":87070,"width":588,"height":368}
wp:heading {"level":5}
୨୦୨୦ ମସିହାରେ ପାକିସ୍ତାନର ହୋଇପାରେ ଭାଗଭାଗ-
/wp:heading

୨୦୨୦ ମସିହାରେ ପାକିସ୍ତାନର ହୋଇପାରେ ଭାଗଭାଗ ବୋଲି ଜ୍ୟୋତିଷ ଶାସ୍ତ୍ର ବିଷାରଦମାନେ ଗଣନା କରିଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୦ ମସିହା ଭାରତ ପାଇଁ ବହୁତ ଭଲ ହୋଇପାରେ ଓ ପାକିସ୍ତାନ କ୍ଷତିର ସମ୍ମୁଖୀନ ହୋଇପାରେ । ଚଳିତ ବର୍ଷ ଯୁଦ୍ଧ ସମ୍ଭାବନା ସବୁଦିନ ଲାଗି ଶେଷ ହୋଇଯାଇପାରେ । କାରଣ ପାକିସ୍ତାନ ବିଭିନ୍ନ ଭାଗ ଭାଗ ହେବା ସମ୍ଭାବନା ଥିବା କୁଣ୍ଡଳି କହୁଛି ।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.